ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳିଙ୍ଗ ପାଇକସେନାର ରାଜ୍ୟ ସଭାପତି ତଥା କଳାହାଣ୍ଡି କ୍ଷତ୍ରୀୟ ପାଇକସମାଜ ପୂର୍ବ ମଣ୍ଡଳ ଭବାନୀପାଟଣାର ଉପକୁଳପତି ଭୈରବ ପ୍ରସାଦ ନାୟକ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖଭବନଠାରେ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।
ତାଙ୍କ ସହିତ କଳାହାଣ୍ଡି ଜିଲ୍ଲା ଦାଦପୁର ଉପମଣ୍ଡଳର ମଣ୍ଡଳ ସଦସ୍ୟ ସହଦେବ ଧଙ୍ଗଡାମାଝୀ ବିଜେଡିରେ ଯୋଗ ଦେଇଥିଲେ। ଦୁହେଁ ପୂର୍ବରୁ ବିଜେପି ଦଳରେ ଥିବାବେଳେ ରାଜ୍ୟର ନବୀନ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ଉଭୟଙ୍କୁ ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ଦାସ ଦଳୀୟ ଉତ୍ତରୀୟ ସହିତ ସ୍ୱାଗତ କରିଥିଲେ । କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳ କୁଳପତି ପ୍ରଦୀପ କୁମାର ଘଡେଇଙ୍କ ନେତୃତ୍ୱରେ ଶ୍ରୀ ନାୟକ ଓ ଶ୍ରୀ ଧଙ୍ଗଡାମାଝୀ ଆଜି ଶଙ୍ଖ ଭବନ ଯିବା ସହିତ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ସୂଚନା ମିଳିଛି ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

