ନ୍ୟୁଜ ଗ୍ୟାଲେରି ଭବାନୀପାଟଣା:ନର୍ଲା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଉପ ନିର୍ଦେଶକ ପ୍ଲୀନିଂ କାର୍ଯ୍ୟାଳୟ, ସ୍ଥିତ ସଭା ଗୃହରେ ମାନ୍ୟବର ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଅନୁସୂଚିତ ଜାତି, ଜନଜାତି,, ଖାଦ୍ୟ ସୁରକ୍ଷା, ସହର ଏବଂ ଗ୍ରାମ୍ୟ ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ, ଶ୍ରମିକ ସମସ୍ୟା, ଗମନା ଗମନ, ସାମାଜିକ ସୁରକ୍ଷା, ପଶୁପାଳନ, କୃଷି,ମତ୍ସ, ଜଳ ସେଚନ, ଖରିଫ ଧାନ ସଂଗ୍ରହ ଇତ୍ୟାଦି ଉପରେ ଆଲୋଚନା କରା ଯାଇଥିଲା ।
ନର୍ଲା ବିଧାନସଭା ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ବିଧାୟିକା ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ନର୍ଲା ନିର୍ବାଚନମଣ୍ଡଳୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଜଳସେଚନ, ଗମନାଗମନ ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଓ ବିକାଶ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ୍ ହୋଇ ଲୋକଙ୍କ ହିତରେ ସେବା ମନୋଭାବ ନେଇ କାମ କରିବା ପାଇଁ ବିଧାୟିକା ଶ୍ରୀମତୀ ମହାନ୍ତି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶେଷ କରି ବିକାଶ ମୂଳକ କାର୍ଯ୍ୟରେ ବିଭାଗୀୟ ଆଧିକାରୀ ମାନେ ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ଵ ଦେଇଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ,ଅଧିକାରୀ, ଜିଲ୍ଲାପରିଷଦ, ଦୟାମୟ ପାଢି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶାନ୍ତ କୁମାର ସିଂ,ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର ପଣ୍ଡା,ଉପ ନିର୍ଦେଶକ ଯୋଜନା ଓ ସମନ୍ଵୟ ବିଭାଗ, ଶ୍ରୀକାନ୍ତ ଦଲେଇ ଙ୍କ ସମେତ ଜ଼ିଲ୍ଲା ସ୍ଥରୀୟ ପଦାଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିବାବେଳେ ଶ୍ରୀ ଦଲେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

