ନ୍ୟୁଜଗ୍ୟାଲେରି,କଳାହାଣ୍ଡି: (ସନ୍ତୋଷ ପ୍ରଧାନ) ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପ୍ରଧାନ (ବିଦ୍ରୋହୀ)ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ତାଙ୍କର ଜନ୍ମ ସ୍ଥାନ ଭବାନୀପାଟଣା ସ୍ଥିତ ପୁରୁଣା ପଡା ଠାରେ ଗତ ଡିସେମ୍ବର ମାସ ୬ତାରିଖ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ସେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଓ ବହୁ ଗୁଡିଏ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲେ । ତାଙ୍କର ଅକାଳ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ର ଜନସାଧାରଣ ଏବଂ କଂଗ୍ରେସ ପରିବାର ବିଶେଷ କ୍ଷତି ଘତିଥିବାରୁ ଏହି ଶୋକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

