ନ୍ୟୁଜଗ୍ୟାଲେରି,କଳାହାଣ୍ଡି: (ସନ୍ତୋଷ ପ୍ରଧାନ) ଭବାନୀପାଟଣା ପୌରପରିଷଦ ର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପ୍ରଧାନ (ବିଦ୍ରୋହୀ)ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଛି । ତାଙ୍କର ଜନ୍ମ ସ୍ଥାନ ଭବାନୀପାଟଣା ସ୍ଥିତ ପୁରୁଣା ପଡା ଠାରେ ଗତ ଡିସେମ୍ବର ମାସ ୬ତାରିଖ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ସେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଭଳି ଅନେକ ଆନ୍ଦୋଳନ ଓ ବହୁ ଗୁଡିଏ ସାମାଜିକ ସଂଗଠନ ସହିତ ଜଡ଼ିତ ଥିଲେ । ତାଙ୍କର ଅକାଳ ବିୟୋଗ ରେ କଳାହାଣ୍ଡି ଜିଲ୍ଲା ର ଜନସାଧାରଣ ଏବଂ କଂଗ୍ରେସ ପରିବାର ବିଶେଷ କ୍ଷତି ଘତିଥିବାରୁ ଏହି ଶୋକ ସମ୍ବାଦ ପାଇଁ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

