ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ଟାଉନ କଂଗ୍ରେସ ତରଫରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାଉପ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
ବିଧାୟକ ଶ୍ରୀ ଦାସ ନିର୍ବାଚନ ରେ ସକ୍ରିୟ ଥିବା କର୍ମୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ।
ସମ୍ବର୍ଦ୍ଧନା ସଭାରେ ଜିଲା ସଭାପତି ଭାରତ ଭୂଷଣ ବେମାଲ, ମହିଳା ନେତ୍ରୀ ଦ୍ରୌପଦୀ ମାଝୀ ସଭାପତି ଉଛବ ସାହୁ, ଧନୁର୍ଦ୍ଧର ଗହୀର, ମହମ୍ମଦ୍ ଅଲ୍ଲୀ ,ବରିଷ୍ଠ ନେତା ସନ୍ତୋଷ ମୁଣ୍ଡ ସିଦ୍ଧାର୍ଥ ନାୟକ, ମହେନ୍ଦ୍ର ନାୟକ ,ଟାଉନ ସଭାପତି ,ସୁକାନ୍ତି ସରାଫ ,ମାରଜିନା ପ୍ରଧାନ,ଇରିନାଇ ନାୟକ, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ପ୍ରୀତମ ବେହେରା, ସଚିନ ନାୟକ,ପ୍ରମୂଖ ଉପସ୍ଥିତ ରହି ଶ୍ରୀଦାସଙ୍କ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
ମନ୍ଦାକିନୀ ବାଣୁଆ ମଞ୍ଚ ପରିଚାଳନା କରିଥିଲେ।ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ଦାସ କହିଥିଲେ ଏହି ସମ୍ବର୍ଦ୍ଧନା ସଭା ଆପଣ ଙ୍କ ର ଏହି ସମ୍ବର୍ଦ୍ଧନା ସଭାରେ ପ୍ରତିଜ୍ଞା କରିବା ୨୦୨୯ ରେ ୫ଗୋଟି କଂଗ୍ରେସ ବିଧାୟକ ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ୩୩ ଗୋଟି ଜିଲ୍ଲାପରିଷଦ ସଦସ୍ୟ ଙ୍କୁ ନିର୍ବାଚିତ କରିବାକୁ ଆହ୍ଵାନ ଦେଇଥିଲେ ପଶ୍ଚିମ ଓଡିଶାର ବିକାଶ କରା ନ ହୁଏ ତେବେ ସରକାରଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ହେବ ଜିଲା ରେ କଂଗ୍ରେସ କୁ ମଜବୁତ୍ କରାଯିବ ବୋଲି କହିଥିଲେ । ସମ୍ବର୍ଦ୍ଧନା ସଭାକୁ ସରୋଜ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

