ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଠାରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଦେବସ୍ନାନ ପୂର୍ଣ୍ଣିମା ରେ ମହାସ୍ନାନ ଯୋଗୁଁ ଅଶୁସ୍ଥ ହୋଇ ଶ୍ରୀ ଜଗନ୍ନାଥ, ଭଲଭଦ୍ର ଓ ଦେବୀ ସୁଭଦ୍ରା ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ।ଫଳରେ ଗତ ପନ୍ଦର ଦିନ ହେଲା ଭକ୍ତମାନେ ଶ୍ରୀ ଜିଉ ମାନଙ୍କୁ ଦର୍ଶନ କରିବା ସୁଯୋଗ ପାଉନଥିଲେ।
ପନ୍ଦର ଦିନ ଧରି ସେବାୟତ ମାନଙ୍କ ଦ୍ଵାରା ବିଭିନ୍ନ ଉପଚାର ପରେ ଶ୍ରୀ ଜିଉ ମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନବଯୌବନ ରୂପରେ ଆଜି ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।ନବଯୌବନ ରୂପ ଦର୍ଶନ କରିବା ପାଇଁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିଲା।ଚଳିତ ବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦୂତୀୟା ତିଥିରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଓ ରଥଯାତ୍ରା ପଡୁଥିବାରୁ ଶ୍ରୀ ଜୀଉ ମାନଙ୍କର ସମସ୍ତ ନୀତିକାନ୍ତି ସଂପାଦନ ହୋଇଛି।ଅପରାହ୍ନ ୪ଟାରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ରଥାରୁଡ଼କରିବା କାର୍ଯ୍ୟକ୍ରମ ରହିଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

