ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଗୋଳମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଙ୍କ ଗାଡ଼ିରୁ ୪ଲକ୍ଷା ୯୨ହଜାର ଟଙ୍କା ଜବତ ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଭବାନୀପାଟଣା ରୁ ମିଟିଂ ସାରି ଗୋଳମୁଣ୍ଡା ଫେରୁଥିବା ସମୟରେ ଭିଜିଲାନ୍ସ ର ଏକ ଟିମ କୋୖଣସି ସୂତ୍ରରୁ ଖବର ପାଇ ଜାତୀୟ ରାଜପଥ ୨୬ ଜାରିଂ ନିକଟରେ ବିଡ଼ିଓଙ୍କ ଗାଡି କୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ୪ ଲକ୍ଷ ୯୨ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜଣକ ଉତ୍ତର ବିଡ଼ିଓ ଦେଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି।
ପ୍ରକାଶ ଥାଉକି ଗୋଳମୁଣ୍ଡା ବ୍ଲକ ର ବୃନ୍ଦାବହାଲ ସରପଞ୍ଚ ଦିନେଶ ରାଉତ କିଛି ଦିନ ତଳେ ପିସି କାରବାରରେ ଧୁରନ୍ଧର ରହିଥିବା ନେଇ ଭିଜିଲାନ୍ସ ହାତରେ ଧରାପଡି ଜେଲ ହାଜତ ରେ ରହିଥିବା ଜଣା ପଡ଼ିଛି। ଆଜି ପୁଣି ଗୋଳମୁଣ୍ଡା ବ୍ଲକ ର ମୁଖ୍ୟ ସରକାରୀ ଅଧିକରିଣୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକରିଣୀ ଭିଜିଲାନ୍ସ ପଞ୍ଜା ରେ ଛନ୍ଦି ହେବା ଘଟଣା କୁ ନେଇ ଅଞ୍ଚଳ ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। ବର୍ତ୍ତମାନ ଭିଜିଲାନ୍ସ ଭବାନୀପାଟଣା କାର୍ଯ୍ୟାଳୟ କୁ ନେଇ ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଚଳାଉଥିବା ଜଣାପଡିଛି। ପ୍ରକାଶ ଥାଉକି ବିଡ଼ିଓ ଅକ୍ଷମିତା କାର୍ତ୍ତିକ ପୂର୍ବରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଣ୍ଡା ବ୍ଲକ ରେ କୋଭିଡ ସମୟରେ କୋଭିଡ ଟଙ୍କା ଆତ୍ମସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କାମ କରୁଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

