ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଗୋଳମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ । ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମଝି (୬୫) । ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସାନଚେରଗାଁ ଦେଶୀମଦଭାଟି ର କର୍ମଚାରୀ ଉକ୍ତ ବୃଦ୍ଧାଙ୍କୁ ଧକ୍କା ଦେଇ କିଛି ବାଟ ବାଇକରେ ଘୋଷାଡୀହେବା ଫଳରେ ବୃଦ୍ଧାଙ୍କ ମୁଣ୍ଡ ହାତ ଓ ଗୋଡ଼ରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଦୁର୍ଘଟଣା ଘଟାଇ ବାଇକ ଛାଡି ଉକ୍ତ କର୍ମଚାରୀ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ କେଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି
ଦୁର୍ଘଟଣା ଘଟାଇ ଥିବା ବିହାରୀ କର୍ମଚାରୀକୁ ପୋଲିସ ଗିରଫ କରିବା ସହିତ ସମ୍ପୃକ୍ତ ଭାଟି ପକ୍ଷରୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପରେ ରାସ୍ତା ଅବରୋଧ ହଟିଥିବା ବେଳେ ଶବଟିକୁ ପୋଲିସ ବ୍ୟବଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

