ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନିପାଟଣା ଏକ ଘରୋଇ ହେଟେଲ ଠାରେ ପୂର୍ବତନ ବିରୋଧି ଦଳ ନେତା ତଥା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ ୨୭ ମାସ ପରେ ଆସି ବ୍ଲକର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରୁଥିବା ସମୟରେ ମୋର ବିନା ଜ୍ଞ୍ୟାତରେ କାର୍ଯ୍ୟ ଖସଡା ପ୍ରସ୍ତୁତି କରି ଅନୁମୋଦନ ପାଇଁ ପଠାଇ ଦେଉଛନ୍ତି ବୋଲି ସଦର ବିଡିଓ ପ୍ରୀତା କୁମାର ଙ୍କୁ ଭବାନିପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଳ ସାହୁ ପ୍ରଶ୍ନ ପଚାରିଥିବାରୁ ହଠାତ୍ ରାଗିଯାଇ ମୁ ବ୍ଲକ ଅଧ୍ୟକ୍ଷଙ୍କୁ ଚପଳରେ ପିଟିବି ବୋଲି କହିଥିଲି ଓ ଏବେ ତତେ ଚପଳରେ ପିଟିବି ବୋଲି କହିଥିବାରୁ ସଦର ବ୍ଲକ ଅଧ୍ୟକ୍ଷ ଜିଲ୍ଲାବ୍ଲକ ସଂଘ ଙ୍କୁ ଏ ଘଟଣା ବିଷୟରେ ଜଣେଇଥିଲେ ।
ବ୍ଲକ ସଂଘ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିକଟକୁ ଫେରାଦ ହେବାରୁ ଜିଲ୍ଲାପାଳ ଏକ କୌଣସି ଜରୁରି କାମରେ ଭବାନିପାଟଣା ବ୍ଲକ ବାହାରକୁ ଜିଲ୍ଲାପାଳ ଯାଇଥିବାରୁ ଆସନ୍ତା ସୋମବାର ଦିନ ଭେଟିବାକୁ ସମୟ ଦେଇଥିଲେ ତେଣୁ ସଂଘ ର ଦାବି ପତ୍ର ୱାଟଏପ ଜରିଆରେ ପଠେଇ ଦେଇଥିଲେ । ଆଜି ବ୍ଲକ ଅଧ୍ୟକ୍ଷ ସଂଘ ତରଫରୁ ଭବାନିପାଟଣା ଘରୋଇ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ କରି ଯଦି ଆସନ୍ତା ଛଅ ଅଗଷ୍ଟ ସୁଦ୍ଧା ସଦର ବିଡିଓଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆସନ୍ତା ସାତ ତାରିଖ ଦିନ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ସଭାପତି ବିନ୍ଦୁ ମହାନନ୍ଦ ସୂଚନା ଦେଇଛନ୍ତି । ଆଜି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ତଥା ଭବାନିପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଳ କୁମାର ସାହୁ, ସହ ସମ୍ପାଦକ ତଥା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ସାଂଗନିକ ସମ୍ପାଦକ ତଥା ଥୁ.ରାମପୁର ବ୍ଲକ ସଭାପତି ଦୟାନିଧି ମାଝୀ,ସଂଘ ର ବରିଷ୍ଠ ଉପଦେଷ୍ଟା ତଥା କର୍ଲାମୁଣ୍ଡା ବ୍ଲକ କୁନି ସାହୁ, ମ.ରାମପୁର ମନ୍ଦାକିନି ସିଂ ଦେଓ, ସଂଘ ର ଉପ ସଭାପତି ତଥା ନର୍ଲା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଦୁର୍ଗା ପ୍ରସାଦ ମହାନ୍ତି, ସଂଘ ଉପଦେଷ୍ଟା ତଥା ଲାଞିଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରି ଶଙ୍କର ପାତ୍ର,ଜୁନାଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦେବେନ୍ଦ୍ର ମେହେର, କଲମପୁର ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମୃତ୍ୟୁଞୟ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

