ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଭବାନୀପାଟଣାର ସହକାରୀ ଜଳ ଯୋଗାଣ ବିଭାଗ ଜିପିଏଚ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ କାର୍ଯ୍ୟାଳୟ ଓ ଜଳେଶ୍ବର ମନ୍ଦିର ପଡା ସ୍ଥିତ ବାସଭବନ ଓ ନର୍ଲା ଥାନା ଅନ୍ତର୍ଗତ ବଲବସପୁର ଠାରେ ଥିବା ପୈତୃକ ଘରେ ଏକା ସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।
ଚଢ଼ାଉରେ ସହକାରୀ ଯନ୍ତ୍ରୀ ଙ୍କ ପ୍ରାୟ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ର ଜୟପୁର ଅତିରିକ୍ତ ଏସପି ଅରୁଣ କୁମାର ନାୟକ, କଳାହାଣ୍ଡି ଡିଏସପି ସଦାନନ୍ଦ ପାଣି, ନୂଆପଡା ଡିଏସପି ଦୀନବନ୍ଧୁ ବେହେରା ଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଓ କର୍ମଚାରୀ ଚଢ଼ାଉ ବେଳେ ଉପସ୍ଥିତ ରହି ଯନ୍ତ୍ରୀଙ୍କ ବସଭାବନରୁ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା ସହ, ଦଶ ହଜାର ପାଞ୍ଚଶହ ବର୍ଗ ଫୁଟ ୩ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୧୦ ଲକ୍ଷ, ଭବାନୀପାଟଣା ରେ ଦୁଇଟି ପ୍ଲଟ, ବ୍ୟାଙ୍କ ଓ ଇନ୍ସୁରାନ୍ସ ରେ ୧ କୋଟି ୫୦ ଲକ୍ଷ ଟଙ୍କା ଜମା, ୪୪୧ ଗ୍ରାମ ର ସୁନା (ବସଭାବନରୁ ୨୩୫ ଗ୍ରାମ ଓ ବ୍ୟାଙ୍କ ଲାକରରୁ ୨୦୫.୮୫) ଅଳଙ୍କାର ଓ ୭୦୦ ଗ୍ରାମ ରୁପା ଅଳଙ୍କାର, ଦୁଇଟି ମୋଟର ସାଇକେଲ ଭିଜିଲାନ୍ସ ବିଭାଗ ଠାବ କରିଥିବା ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

