ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଭବାନୀପାଟଣାର ସହକାରୀ ଜଳ ଯୋଗାଣ ବିଭାଗ ଜିପିଏଚ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ କାର୍ଯ୍ୟାଳୟ ଓ ଜଳେଶ୍ବର ମନ୍ଦିର ପଡା ସ୍ଥିତ ବାସଭବନ ଓ ନର୍ଲା ଥାନା ଅନ୍ତର୍ଗତ ବଲବସପୁର ଠାରେ ଥିବା ପୈତୃକ ଘରେ ଏକା ସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।
ଚଢ଼ାଉରେ ସହକାରୀ ଯନ୍ତ୍ରୀ ଙ୍କ ପ୍ରାୟ ୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ର ଜୟପୁର ଅତିରିକ୍ତ ଏସପି ଅରୁଣ କୁମାର ନାୟକ, କଳାହାଣ୍ଡି ଡିଏସପି ସଦାନନ୍ଦ ପାଣି, ନୂଆପଡା ଡିଏସପି ଦୀନବନ୍ଧୁ ବେହେରା ଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଓ କର୍ମଚାରୀ ଚଢ଼ାଉ ବେଳେ ଉପସ୍ଥିତ ରହି ଯନ୍ତ୍ରୀଙ୍କ ବସଭାବନରୁ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା ସହ, ଦଶ ହଜାର ପାଞ୍ଚଶହ ବର୍ଗ ଫୁଟ ୩ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୧୦ ଲକ୍ଷ, ଭବାନୀପାଟଣା ରେ ଦୁଇଟି ପ୍ଲଟ, ବ୍ୟାଙ୍କ ଓ ଇନ୍ସୁରାନ୍ସ ରେ ୧ କୋଟି ୫୦ ଲକ୍ଷ ଟଙ୍କା ଜମା, ୪୪୧ ଗ୍ରାମ ର ସୁନା (ବସଭାବନରୁ ୨୩୫ ଗ୍ରାମ ଓ ବ୍ୟାଙ୍କ ଲାକରରୁ ୨୦୫.୮୫) ଅଳଙ୍କାର ଓ ୭୦୦ ଗ୍ରାମ ରୁପା ଅଳଙ୍କାର, ଦୁଇଟି ମୋଟର ସାଇକେଲ ଭିଜିଲାନ୍ସ ବିଭାଗ ଠାବ କରିଥିବା ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

