ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୭ତମ ପୁଣ୍ୟତିଥୀ ଭବାନୀପାଟଣା ପୁରୁଣା ପଡା ନିକଟରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ବିଜୁ ଜନତା ଦଳର କର୍ମକର୍ତ୍ତା ରାଜା ସାଗର ପୋଖରୀରେ ଏକ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଭବାନୀପାଟଣା ପୌରାଧକ୍ଷ ସଂଯୁକ୍ତା ବେହେରା,ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ସଦର ବିଧାୟକ ପ୍ରାର୍ଥୀ ଲଳିତା ନାୟକ,ପୂର୍ବତନ ବିଧାୟକ ଦୁଶୁମନ୍ତ ନାୟକ,ଧବଳେଶ୍ବର ମହାପାତ୍ର, ଭବାନୀ ଶଙ୍କର ମିଶ୍ର,ଏବଂ ବିଜେଡି କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ ।ବିଜୁ ବାବୁଙ୍କ ଜୀବନ ସାରା ସମ୍ମାନ, ତାଙ୍କର ଆଦର୍ଶ ପଥ ଅନୁସରଣ କରି ଓଡିଶା ପାଇଁ ଅନେକ ମହତ କାର୍ଯ୍ୟ କରିଛନ୍ତି ବୋଳି ଏହି କାର୍ଯ୍ୟକ୍ରମ ରେ ସଦର ବିଧାୟକ ପ୍ରାର୍ଥୀନୀ ଲଳିତା ନାୟକ କହିଛନ୍ତି ଯେ ସ୍ୱର୍ଗତ ବିଜୁ ପଟ୍ଟନାୟକ ସର୍ବଦା ମହିଳାମାନଙ୍କୁ ପ୍ରାଧାନ୍ୟ ଦେଉଥିଲେ ଏବଂ ସେ ମହିଳାମାନଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ, ସେଥିପାଇଁ ଆଜି ମୁଁ ବିଧାୟକ ଭାବରେ ବିଜୁ ଜନତା ଦଳର ଟିକେଟ୍ ପାଇବାରେ ସକ୍ଷମ ହୋଇଛିବୋଳି କହିଥିଲେ।
ଏହିକାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି ଯେ ଆଜି ଯଦି ଆମେ ସମସ୍ତେ ଲୋକସଭା ପ୍ରାର୍ଥୀ ଏବଂ ବିଜୁ ଜନତା ଦଳର ସମସ୍ତ ବିଧାୟକ ପ୍ରାର୍ଥୀ ଙ୍କୁ ଜିତାଇବାରେ ସକ୍ଷମ ହେବା ତାହେଲେ ବିଜୁ ପଟ୍ଟନାୟକ ଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବବୋଳି କହିଛନ୍ତି । କାର୍ଯ୍ୟକ୍ରମ ରେ ବିଜୁ ପଟ୍ଟନାୟକ ଙ୍କ ଦେଖେଇଥିବା ରାସ୍ତା ରେ ଚାଳିଦଳ କୁ ମଜବୁତ କରିବା ସହିତ ଲୋକଙ୍କ ସେବା କରିବା ପାଇଁ ଶପଥ ନେଇଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

