ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମୁଖ୍ୟମନ୍ତ୍ରୀଙ୍କ ନିତି, ଆଦର୍ଶ ଓ ସୁଶାସନ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ କର୍ମୀ ଭବାନୀପାଟଣା ସ୍ଥିତ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡିରେ ସାମିଲ ହୋଇଛନ୍ତି।
ନର୍ଲା ନିର୍ବାଚନ ମଣ୍ଡଳୀ ମଦନପୁର ରାମପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଟାଣୁଆ ନେତା ଜିବେଶ ପଣ୍ଡା ବିଧିବଦ୍ଧ ଭାବରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ କୁମାର ବଳବନ୍ତରାୟ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଯିବେଶ ପଣ୍ଡା ୨୦୧୭ ମସିହାରେ ସ୍ଵାଧୀନ ଭାବରେ ବ୍ଲକ ଅଧକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକ ଙ୍କ ସୁଶାସନ ରେ ଅନୁପ୍ରାଣିତ ହୋଇ ଆଜି ଭବାନୀପାଟଣା ସହରରେ ଏକ ବିଶାଳ ଶୋଭାଯାତ୍ରାରେ ନିଜର ସମର୍ଥକ ମାନଙ୍କ ସହ ଆସି ବିଜେଡିରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ କାର୍ଯ୍ୟକ୍ରମକୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ଉପାଧ୍ୟକ୍ଷ ଘନ ରଣା, ତ୍ରିଲୋଚନ ବଗର୍ତ୍ତି, ପୂର୍ବତନ ସରପଞ୍ଚ ଟଙ୍କଧର ନାଏକ, ପୂର୍ବତନ ସମିତି ସଭ୍ୟ ମନୋଜ ପ୍ରଧାନ, ପୂର୍ବତନ ସରପଞ୍ଚ ରବି ପାତ୍ର ପ୍ରମୁଖ ଯୋଗଦେଇଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

