ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଓ ବୈତୁରା ଦୀପଙ୍କ ଉପସ୍ଥିତିରେ ଜିଲ୍ଲାପାଳ କାର୍ଯ୍ୟଳୟ ସଦଭାବନା ଗୃହରେ, ଓଡିଶା କୋଠବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଅର୍ଥରାଶି ବଣ୍ଟନ କରାଗଲା।
(୧) ମୃତ୍ୟ କାଳୀନ ସହାୟତା ୧୨୯ ଜଣ, ୨,୫୯,୦୦,୦୦୦ ଟଙ୍କା (୨) ବିବାହ ସହାୟତା ୩୦୯ ଜଣ, ୧,୫୨,୦୦,୦୦୦ ଟଙ୍କା (୩) ଅନ୍ତେଷ୍ଠୀ କ୍ରିୟା ସହାୟତା ୧୧୫ ଜଣ, ୫,୭୫,୦୦୦ ଟଙ୍କା (୪) ଶିକ୍ଷା ସହାୟତା ୭୮ ଜଣ, ୭୧୫୪୦୦ ଟଙ୍କା (୫)ପ୍ରସୂତିକାଲିନ ସହାୟତା ୨୮ ଜଣ ୨,୮୦,୦୦୦ ଟଙ୍କା ସହିତ ସମୁଦାୟ ୬୫୯ ଜଣ ଯୋଗ୍ୟ ହିତାଧୁକାରୀଙ୍କୁ ମୋଟ ୪,୨୬,୭୦,୪୦୦ ଟଙ୍କା ବଣ୍ଟନ କରା ଗଲା ।ଏଥିରେ ଅତିରିକ୍ତ ଜିଲ୍ଲାପାଳ ୧.ଦେବକୀ ଶବର ,୨.ମାୟାଧର କେତକୀଙ୍କୁ ମୃତ୍ୟ କାଳୀନ ସହାୟତା ବାବଦକୁ ୨,୦୦,୦୦୦ ଟଙ୍କା ପ୍ରଦାନ କଲେ, ୩. ଲକ୍ସମନ ସା ୪. କାର୍ତିକ ହରପାଲଙ୍କୁ ବିବାହ ସହାୟତା ୫୦୦୦୦ ଟଙ୍କା ପ୍ରଦାନ କଲେ, ୫. ବବି ବାଗ ୬.ମହେନ୍ଦ୍ରୀ ଡୋରାଙ୍କୁ ଅନ୍ତେଷ୍ଠୀ କ୍ରିୟା ସହାୟତା ୫୦୦୦ ଟଙ୍କା ପ୍ରଦାନ କଲେ,୭.ରୁକୁଣି ଗଉଡ଼ ୮. ସସ୍ମିତା ରାଉତଙ୍କୁ ପ୍ରସୂତିକାଳୀନ ସହାୟତା ୧୦, ୦୦୦ ଟଙ୍କା ପ୍ରଦାନ କଲେ ୯. ନାଥୁରାମ ମଙ୍ଗରାଜଙ୍କୁ ୮୪୦୦ ଟଙ୍କା ଏବଂ ୧୦.ଧୂପ ମଲ୍ଲିକଙ୍କୁ ଶିକ୍ଷା ସହାୟତା ୫୦୦୦ ଟଙ୍କା ପ୍ରଦାନ କଲେ । ଏଥିରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାଶ ଚନ୍ଦ୍ର ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଓ ସହ ଶ୍ରମ ଅଧିକାରୀ ଜିତମ ମାଝି, ସନାତନ ମାଝି ଓ ଅମୀତ କୁମାର ବେହେରା ଉପସ୍ଥିତି ଥିଲେ ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

