Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ସଭାରେ ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ମାଲବିକା କେଶରୀ ଦେବି, ସଦର ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ, ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନ, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ଜୁନାଗଡ ବିଧାୟକ ପ୍ରାର୍ଥୀ ମନୋଜ ମେହେର, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପଟ୍ଟଯୋଶୀ,ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ସଭା ସଂଯୋଜନା କରିଥିବାବେଳେ ମଞ୍ଚରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,
ପୂର୍ବତନ ବିଧାୟକ ଅନାମ ନାଏକ ଏବଂ ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଜନସାଧାରଣ ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ମନ୍ତ୍ରୀ ବିଜେପି ର ମେନିଫେଷ୍ଟୋ ଏବଂ ମୋଦି ଗ୍ୟାରେଣ୍ଟି ବିଷୟ ରେ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ। କେନ୍ଦ୍ରରେ ବିଭିନ୍ନ ଯୋଜନା ବିଷୟରେ ବିସ୍ତାର ରୂପରେ କହିଥିଲେ ଏବଂ ସମସ୍ତ ପ୍ରାର୍ଥୀ ମଧ୍ୟ ଭୋଟ ଭିକ୍ଷା କରିବା ସହିତ ଡବଲ ଇଞ୍ଜିନରେ ପରିଣୀତ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମ ମୋଡିଜିଙ୍କ ଆଦର୍ଶ ଅନୁପ୍ରାଣିତ ହୋଇ ଏବଂ କଳାହାଣ୍ଡି ଜିଲ୍ଲା ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେବୀ ଭବାନୀପାଟଣା ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଙ୍କ ଉପସ୍ଥିତି ରେ ଆଇନଜୀବୀ କୁନାଲ ବେହେରା,କିରଣ ବେହେରା, ସୀତାଅଂଶୁ ମିଶ୍ର, ସୀତାରାମ ପାଣିଗ୍ରାହୀ, କଂହେୟା ଅଗ୍ରବାଳ ବିଧିବଦ୍ଧ ଭାବେ ବିଜେପି ସାମିଲ ହୋଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
