ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ବିଶିଷ୍ଟ ସାହିତ୍ୟିକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ପାଇବେ ଯୁବ କଥାକାର ସୁଧୀର କୁମାର ଧଙ୍ଗଡ଼ାମାଝୀ। ଟାଇମପାସ୍ ପକ୍ଷରୁ ପ୍ରକାଶିତ ତାଙ୍କର ଗଳ୍ପ ପୁସ୍ତକ ‘ଖଂଗାର୍’ ପାଇଁ ସେ ଏହି ପୁରସ୍କାର ପାଇବେ।
ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ‘ଖଂଗାର୍’ ଟାଇମପାସ୍ ବେଷ୍ଟସେଲର୍ ପୁରସ୍କାର-୨୦୨୧ ପାଇବା ସହ ୨୦୨୦ ଓ ୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସାମିଲ ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ ମଞ୍ଚ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ଅଭିନୟ ସହ ଦୂରଦର୍ଶନ ଓ ଆକାଶବାଣୀରେ ଉପସ୍ଥାପନା କରି ଲୋକପ୍ରିୟ ହୋଇଛନ୍ତି। ସଂପ୍ରତି ସେ ଶିକ୍ଷା ବିଭାଗରେ ସିଆର୍ସିସି ଭାବେ କାର୍ଯ୍ୟରତ ଥିବାବେଳେ ଗ୍ଲୋବାଲ୍ ଲାଇଫ୍ରେଚର୍ ଫାଉଣ୍ଡେସନ୍ର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା, ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ, ଆକାଶବାଣୀ ଭବାନୀପାଟଣାର ଉଦଘୋଷକ ଭାବେ ସକ୍ରିୟ ଅଛନ୍ତି।
ସାରସ୍ୱତ ସାଧନା ପାଇଁ ସେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ, ଗଦ୍ୟାଂଶ ପତ୍ରିକା ପ୍ରଦତ୍ତ ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ପ୍ରଦତ୍ତ ଲକ୍ଷ୍ମୀକାନ୍ତ ସାହା ସ୍ମୃତି ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ୱାର୍ଲ୍ଡ ଆସୋସିଏସନ୍ ଫର୍ ଆର୍ଟ୍ ଏଣ୍ଡ୍ କଲ୍ଚର୍ ପକ୍ଷରୁ ଆୟୋଜିତ ୩୯ତମ ବିଶ୍ବ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ୍ କାର୍ଯ୍ୟକ୍ରମରେ ଅତିଥି ଲେଖକ ଭାବେ ଯୋଗ ଦେଇଛନ୍ତି। ୪୦ ବର୍ଷରୁ କମ୍ ଯୁବ ଲେଖକମାନଙ୍କ ଦ୍ୱାରା ରଚିତ ଗଳ୍ପ, ଉପନ୍ୟାସ ପୁସ୍ତକ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। କଟକ ଶତାବ୍ଦୀ ଭବନ ଠାରେ କିଶୋରୀ ଚରଣ ଜନ୍ମ ଶତବାର୍ଷିକୀ ସମାରୋହରେ ଶ୍ରୀ ଧଙ୍ଗଡ଼ାମାଝୀଙ୍କୁ ପୁରସ୍କୃତ କରାଯିବ ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

