ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କିସ ଆବାସିକ ବିଦ୍ୟାଳୟ ପରିସରରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନଙ୍କୁ ନେଇ ପାଳିତ ହେଇଯାଇଛି ।
ପ୍ରଥମେ ଦୁଇଜଣ ବୀର ପୁରୁଷଙ୍କ ପ୍ରତିଛବିରେ ଦୀପ ପ୍ରଜ୍ୱଳନ ପୁଷ୍ପ ଅର୍ପଣ ପରେ ଛାତ୍ରୀମାନଙ୍କୁ ଦୁଇ ମହାନ ସଂଗ୍ରାମୀ ମାନଙ୍କର ବିଷୟରେ ଅନୁଷ୍ଠାନର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ କେମିତି ଦେଶର ସେବା କରିବ ସେ ବିଷୟରେ ଅବଗତ କରାଇଥିଲେ ।
ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପଣ୍ଡା ସେ ଦୁଇ ମହାନ ସଂଗ୍ରାମୀଙ୍କ ଚିତାକର୍ଷକ ବାଣୀ ଗୁଡିକ ଉପସ୍ଥାପନା କରିଥିଲ ଓ ତାଙ୍କଠାରୁ ଅନୁପ୍ରାଣିତ ହୋଇ ଆମ ଜୀବନରେ ମଧ୍ୟ ଦେଶ ପ୍ରେମୀ ଜାଗ୍ରତ କରି ଭାରତ ମାତାର ସେବା କରିବା ପାଇଁ ମନରେ ସବୁବେଳେ ଉତ୍କଣ୍ଠା ପ୍ରକାଶ କରିବାକୁ ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ପରେ ପରେ କିସ ଛାତ୍ରୀ ବିନୋଦିନୀ ମାଝୀ ଶ୍ରେଣୀ ପ୍ରଥମ, ଦିବ୍ୟଶିନୀ ମାଝୀ ଶ୍ରେଣୀ ଦ୍ଵିତୀୟ ଉଭୟେ ମହାନ ପୁରୁଷଙ୍କ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ କ୍ଷୀରସିନ୍ଧୁ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

