ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କିସ ଆବାସିକ ବିଦ୍ୟାଳୟ ପରିସରରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନଙ୍କୁ ନେଇ ପାଳିତ ହେଇଯାଇଛି ।
ପ୍ରଥମେ ଦୁଇଜଣ ବୀର ପୁରୁଷଙ୍କ ପ୍ରତିଛବିରେ ଦୀପ ପ୍ରଜ୍ୱଳନ ପୁଷ୍ପ ଅର୍ପଣ ପରେ ଛାତ୍ରୀମାନଙ୍କୁ ଦୁଇ ମହାନ ସଂଗ୍ରାମୀ ମାନଙ୍କର ବିଷୟରେ ଅନୁଷ୍ଠାନର ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ କେମିତି ଦେଶର ସେବା କରିବ ସେ ବିଷୟରେ ଅବଗତ କରାଇଥିଲେ ।
ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପଣ୍ଡା ସେ ଦୁଇ ମହାନ ସଂଗ୍ରାମୀଙ୍କ ଚିତାକର୍ଷକ ବାଣୀ ଗୁଡିକ ଉପସ୍ଥାପନା କରିଥିଲ ଓ ତାଙ୍କଠାରୁ ଅନୁପ୍ରାଣିତ ହୋଇ ଆମ ଜୀବନରେ ମଧ୍ୟ ଦେଶ ପ୍ରେମୀ ଜାଗ୍ରତ କରି ଭାରତ ମାତାର ସେବା କରିବା ପାଇଁ ମନରେ ସବୁବେଳେ ଉତ୍କଣ୍ଠା ପ୍ରକାଶ କରିବାକୁ ଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ । ପରେ ପରେ କିସ ଛାତ୍ରୀ ବିନୋଦିନୀ ମାଝୀ ଶ୍ରେଣୀ ପ୍ରଥମ, ଦିବ୍ୟଶିନୀ ମାଝୀ ଶ୍ରେଣୀ ଦ୍ଵିତୀୟ ଉଭୟେ ମହାନ ପୁରୁଷଙ୍କ ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ କ୍ଷୀରସିନ୍ଧୁ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

