ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁଣ୍ୟ ଜନ୍ମତିଥିରେ ଗୁରୁଦିବସ ଅବସରରେ ବିକାଶ ଉଇସଡମ୍ ପାର୍କ ପରିସରରେ ‘ଗୁରୁତ୍ସୋବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରକୃତିବନ୍ଧୁ ରବୀନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଅନୁଷ୍ଠାନର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ କୁମାର, ଶିକ୍ଷା ପ୍ରଭାରୀ ଡି ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବିକାଶ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ ଆଦିତ୍ୟ କୁମାର ପଟ୍ଟନାୟକ, ବିବିଏ ବିସିଏ ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ, ମର୍କେଟିଂ ମୁଖ୍ୟ ସୌଦାଗର କର ପ୍ରମୁଖ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ଡ଼ ଆଦିତ୍ୟ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ ,ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଗୁରୁଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ମଞ୍ଚାସୀନ ଅତିଥି ଗଣ ଗୁରୁ ଶିଷ୍ୟ ସଂପର୍କ ଓ ଜୀବନରେ ଗୁରୁଙ୍କ ଆବଶ୍ୟକତା ଓ ପ୍ରଭାବ ସମ୍ୱନ୍ଧରେ ଅବଗତ କରାଇଥିଲେ । ଅଧ୍ୟକ୍ଷ ଯୁବରାଜ ନାୟକ ମୁଖ୍ୟ ଅତିଥିଙ୍କ ମାନପତ୍ର ପଠନ କରିଥିବା ବେଳେ ଉପାଧ୍ୟକ୍ଷ ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

