ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଜିଲ୍ଲା ପାଳଙ୍କର କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସଡ଼କ ଦୁର୍ଘଟଣା ଜନୀତ ମୃତ୍ୟୁ କିପରି ରୋକାଯାଇ ଶୂନ କରାଯିବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ବିନା ହେଲମେଟ ରେ ଗାଡି ଚଳାଇବା ଓ ଅଧିକ ବୋଝେଇ ନେଇ ଗାଡି ଚଳାଇବା,ମଦ୍ୟପାନ କରି ଗାଡି ଚାଳନା କରିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। ବିଶେଷ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଡ଼କ ସୁରକ୍ଷା ଆଇନ ସମ୍ପର୍କରେ ସଚେତନତା କାର୍ଯକ୍ରମ ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ଡିସେମ୍ବର ୨୦୨୫ ରେ ୩୪ ଗୋଟି ସଡ଼କ ଦୁର୍ଘଟଣା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜାନୁଆରୀ ୨୦୨୬ ରେ ୪୧ ଗୋଟି ସଡ଼କ ଦୁର୍ଘଟଣା ରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଫେବ୍ରୁୟାରୀ ୨୦୨୬ ରେ ୩୨ ଗୋଟି ସଡ଼କ ଦୁର୍ଘଟଣା ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୦୨୫ ରୁ ଫେବ୍ରୁୟାରୀ ୨୦୨୬ ମଧ୍ୟରେ ହେଲମେଟ ନ ପିନ୍ଧିବା , ଦ୍ରୁତ ଗତିରେ ଗାଡି ଚଳାଇବା , ଗାଡି ଚଳାଇବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା , ମଦ୍ୟପାନ କରି ଗାଡି ଚଳାଇବା ଇତ୍ୟାଦି କେଶ ରେ ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ୩୪୨୦ ଚାଲାଣ ଇସ୍ୟୁ କରାଯାଇ ୧୧୯୮ ଜଣ ଙ୍କର ଡି ଏଲ ସସପେଣ୍ଡ କରାଯାଇଛି । ଏହି ବୈଠକରେ ଡେପୁଟି କମିଶନର ତଥା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କିଶୋର ପଣ୍ଡା , ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ ଡି ଏସ ପି ଲୋକନାଥ ସାହୁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ , କମିଟିର ସଦସ୍ୟ , ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,ଏମ୍,ଭି ଆଇ, ମିଥୁନ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଘରୋଇ ବସ ସେବା ସଂଘ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

