ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ଓଡ଼ିଆ ପକ୍ଷ ପାଳନ ଅବସରରେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟର ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥଙ୍କ ପୃଷ୍ଠପୋଷକତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ କୁଳସଚିବ ଡ. ଜୟଦେବ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଆ ପକ୍ଷ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଓଡ଼ିଆ ପକ୍ଷ ପାଳନ ର ଦଶମ ଦିନରେ ଲୋକକଳା ପାଇଁ ଦିନଟିଏ, ଏହି ଅବସରରେ କଳା ଗ୍ରାମ ଛୁରିଆଗଡ଼ ପରିଦର୍ଶନ, ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ହେବ।ଯୁବ ଲେଖକ ସମ୍ମିଳନୀ ଓ ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

