ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ପି ଓ ଏସ ଏଚ ଆଇନ ୨୦୧୩ ବିଷୟରେ ଏକ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ପ୍ରଶାସନ ଓ ସାମାଜିକ ସଂଗଠନ ‘କର୍ତ୍ତବ୍ୟ’ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସଂଘ (IC),ସ୍ଥାନୀୟ ସଂଘ (LC), ନୋଡାଲ୍ ଅଫିସର, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଏନଜିଓ ର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ଅଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ ଉପ ଜିଲ୍ଲାପାଳ, ଭବାନୀପାଟଣା ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଓ ଲୋକାଲ କମିଟି ଅଧ୍ୟକ୍ଷ୍ୟା ସ୍ଵର୍ଣ୍ଣଲତା ମହାନ୍ତି ତାଲିମ ପ୍ରଦାନ କରିଥିଲେ । ସେମାନେ ପି ଓ ଏସ ଏଚ ଆଇନ ଅନୁସାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା, ଯୌନ ଅତ୍ୟାଚାର ବିରୋଧରେ ତଦନ୍ତ ପ୍ରକ୍ରିୟା ଓ ଆଇ ସି ଓ ଏଲ ସି ର ଭୂମିକା ବିଷୟରେ ଅଲୋଚନା କରିଥିଲେ । ପ୍ରଶିକ୍ଷଣରେ ପି ଓ ଏସ ଏଚ ଆଇନର ମୂଳ ଧାରା, ଅଭିଯୋଗ ପଦ୍ଧତି, ତଦନ୍ତ ନିୟମାବଳୀ, ଶିକ୍ଷାମୂଳକ ଓ ଶାସନାତ୍ମକ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ବିଷୟରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ, ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଷା ଉଦ୍ଘାଟନ ଅବସରରେ ସ୍ଵାଗତ ଜଣାଇ ପ୍ରଶିକ୍ଷଣର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜ କଲ୍ୟାଣ ଅଧିକାରିଣୀ ସୁଚରିତା ମହାପାତ୍ର ଆଲୋଚନା ଆଗକୁ ନେଇଥିଲେ । ‘ୱୂମେନ ହବ’ ର ଜିଲ୍ଲା ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ କେମିତି ଶି-ବକ୍ସ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଅଭିଯୋଗ ଦାଖଲ କରିପାରିବେ, ତାହା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । କର୍ତ୍ତବ୍ୟ ସଂଗଠନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
Latest entries
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ

