ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଭବାନୀପାଟଣା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ହୋଇଯାଇଅଛି ।
ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କୁ ସାଂସଦ ମାଳବିକା ଦେବୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳା ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୁଆନ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ସରକାରୀ ବହୁବୃତ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ସଭା କୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଏବଂ ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁବିଦିତ ସାମନ୍ତରାୟ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୧୮ଗୋଟି ନିଯୁକ୍ତି ଦାତା କମ୍ପାନୀ ଏବଂ ୯ ଜଣ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ବିଭିନ୍ନ ବ୍ଲକ ରୁ ସର୍ବମୋଟ ୧୨୫୪ ଜଣ ଛାତ୍ର ଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନେ ଯୋଗ ଦେଇ ନିଜର ପସନ୍ଦର ନିଯୁକ୍ତି ଦାତା ଙ୍କ ପାଖରେ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୫୬୨ ଜଣ ନିଯୁକ୍ତି ପାଇଁ ଏବଂ ୪୧୨ ଜଣ ପ୍ରଶିକ୍ଷଣ ପାଇଁ ପଞ୍ଜିକରଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ

