ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୪ ଗୋଟି ବନ୍ୟା ଆଶ୍ରୟସ୍ଥଳୀଠାରେ ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଳଖଣ୍ଡି, କଲମପୁର ବ୍ଲକ ଅନ୍ତର୍ଗତ ବାଲିଗୁଡା, ଜୟପାଟଣା ବ୍ଲକ ଅନ୍ତର୍ଗତ ରସଡୁମେର ଏବଂ ଜୁନାଗଡ ବ୍ଲକ ଅନ୍ତର୍ଗତ କୁଟେନ ଗାଁ ଠାରେ ସମସ୍ତ ଗ୍ରାମବାସୀ, ପଂଚାୟତ ରାଜ ସଂସ୍ଥାର ସଦସ୍ୟ/ସଦସ୍ୟା , ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅନ୍ତର୍ଭୁକ୍ତ କରି ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବେଲଖଣ୍ଡି ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ ଅଧ୍ୟକ୍ଷତା କରି ବନ୍ୟା ସମୟରେ ଗୋଷ୍ଠୀର ଭୂମିକା ଓ ମକଡ୍ରିଲର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଭାବରେ ଡି. ଜି. ଏମ୍. ଓସଡାମା ଜୟଜଗତ ସାହୁ ଉପସ୍ଥିତ ରହି ଗୋଷ୍ଠୀ ସ୍ତରରେ ବିପର୍ଯ୍ୟୟ ଯୋଦ୍ଧା ତିଆରି କରି ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଗୋଷ୍ଠୀ କିପରି ଶାସକ୍ତ ହେବ ସେହି ଉପରେ ମତପୋଷଣ କରିଥିଲେ । ପଂଚାୟତ ସମିତି କେସିଙ୍ଗା ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦାନ କରି ବନ୍ୟା ସମୟରେ ଗୋଷ୍ଠୀର ଭୂମିକା ଓ ବନ୍ୟା ମୁକାବିଲା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ଅଭ୍ୟାସ ମକଡ୍ରିଲ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କେସିଙ୍ଗା ଜନ୍ମେଜୟ ସ୍ଵାଇଁ, ତହସିଲଦାର କେସିଙ୍ଗା ପ୍ରଶାନ୍ତି ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୌଦାମିନୀ ମାଝୀ ଉପସ୍ଥିତ ରହି ଅଭ୍ୟାସ ମକଡ୍ରିଲର ନିରୀକ୍ଷଣ କରିଥିଲେ । ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ ବନ୍ୟା ସମୟରେ ଆଶ୍ରୟସ୍ଥଳୀର ଭୂମିକା ଓ ସୁବିଧା ସୁଯୋଗ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଅଗ୍ନିଶମ ବାହିନୀ କେସିଙ୍ଗା ଏହି ମକଡ୍ରିଲ ସମ୍ବନ୍ଧୀୟ ସମସ୍ତ କୌଶଳ ପ୍ରଦର୍ଶନ କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

