ନ୍ୟୁଜ୍ ଗ୍ୟାଲେରୀ,ବେହେରା,ଧର୍ମଗଡ (ଭୂପେଶ ତିୱାରୀ)ବେନିୟମ ମଦ ବିକ୍ରି କୁ ବିରୋଧ କରି ଗ୍ରାମ ମୁଖ୍ୟ ରାସ୍ତାରେ ଥିବା ଏକ ମଦ କୋଠୀ କୁ ଶେଷରେ ଭାଙ୍ଗିଦେଲେ ଗ୍ରାମବାସୀ।ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଛଞ୍ଚାଣ ବାହାଲୀ ପଲସପାଣି ଗ୍ରାମରେ। ଗ୍ରାମରେ ଦୀର୍ଘଦିନ ରୁ ବେନିୟମ ଭାବରେ ମଦ କୋଠୀ ଖୋଲାଯାଇ ଅବାଧ ରେ ମଦ ବିକ୍ରି ହେଇ ଆସୁଛି।ବାରମ୍ବାର ବାରଣ କରିବା ସତ୍ତ୍ୱେ ଭାଟି ମ୍ୟାନେଜର ଲାଭଖୋର ନୀତି ଆପଣାଇ ଜଣେ ଦ୍ଵି ଜଣ ଲୋକଙ୍କୁ ମଦ ବିକ୍ରୀ ପାଇଁ ପ୍ରୋତ୍ସାହ କରି ଆସୁଛନ୍ତି।ଗାଁ ରେ ମଦ ବିକ୍ରି ହେବା ଯୋଗୁ ପରିବେଶ ନଷ୍ଟ ହେବା ସମେତ ବିଶୃଙ୍ଖଳା ଓ ଅସାମାଜିକ କାର୍ଯ୍ୟ ଦେଖାଦେଇଛି।ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ପ୍ରୀତି ବେମାଲ ଙ୍କୁ ବୁଧବାର ଲିଖିତ ଅଭିଯୋଗ ଜଣାଇଥିଲେ।
ଗୁରୁବାର ଗ୍ରାମରେ ଏକ ସର୍ବସାଧାରଣ ବୈଠକ କରାଯାଇ ମୁଖ୍ୟରାସ୍ତା ରେ ଥିବା ଏକ ବେଆଇନ ମଦ କୋଠୀ କୁ ଗ୍ରାମବାସୀ ଭାଙ୍ଗି ଦେଇଥିଲେ ଓ ଆଗାମୀ ଦିନରେ ମଦ ବିକ୍ରି ଯଦି ବନ୍ଦ ନ ହୁଏ,ତାହେଲେ ଆନ୍ଦୋଳନ କରାଯିବ ବୋଲି ଗାଁର ହରି ପୁଝାରି,ବଳରାମ ପୁଝାରି ଭୋକର ଧନ ଜୁଏଡ଼,ଉତ୍ସଵ ହଂସ,ସନ୍ତୋଷ ଖମାରି,ବୋରଡା ଜୁଏଡ଼,ମଦନ ହଂସ,ଚିତ୍ତରଞ୍ଜନ ନାଏକ,,ଭକତରାମ କଟା, ଦୁର୍ଯ୍ୟଧନ ଖମାରି,ନିର୍ମଳ ଦୁରିଆ, ଟଙ୍କ ଖମାରି ପ୍ରମୁଖ ଚେତାବନୀ ଦେଇଛନ୍ତି।ଏନେଇ ଛନ୍ଚାଣବାହେଲି ସରପଞ୍ଚ ପ୍ରୀତି ବେମାଲ ଙ୍କୁ ପଚାରିବାରୁ ଅବକାରୀ ବିଭାଗ ସମେତ ପୋଲିସ କୁ ଦରଖାସ୍ତ ଉପରେ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ଏକ ରେଜୁଲେସନ କରି ଜିଲ୍ଲା ପାଳ ଙ୍କୁ ପ୍ରେରିତ କରାଯିବ ବୋଲି କହିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

