Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲେ। ଭାରତୀୟ ଜନତା ପାର୍ଟି ର ବିଚାରଧାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱ ତଥା କେନ୍ଦ୍ର ଏବଂ ରାଜ୍ୟ ରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ର ଅଗ୍ରଣୀ ଖବର କାଗଜ ନ୍ୟୁଜ ଗ୍ୟାଲେରି ର ସମ୍ପାଦକ ହେମନ୍ତ କୁମାର ରାୟ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ,ବିଜେଡି ଟାଉନ ସମ୍ପାଦକ ସନ୍ତୋଷ କୁମାର ସାହୁ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲାର ବହୁ ସରପଞ୍ଚ, ସମିତି ସଭ୍ୟ, ୱାଡ଼ ମେମ୍ବର ଓ ୨୫୦ରୁ ଅଧିକ ବିଜେଡି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେପି ସାମିଲ ହୋଇଥିଲେ।ଭାରତୀୟ ଜନତା ପାର୍ଟି ସରକାର ଲୋକଙ୍କ ସରକାର, ଲୋକଙ୍କ ସେବା ଆମ ପ୍ରାଥମିକତା ।
ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟସରକାର ଙ୍କ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖରେ ତୃଣମୂଳ ସ୍ତରରେ ପହଞ୍ଚାଇ ଲୋକଙ୍କ ସୁବିଧା ଅସୁବିଧାରେ ପାଖରେ ଠିଆ ହେବା ପାଇଁ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଆଗାମୀ ରଣନୀତି, ସଂଗଠନ ଶକ୍ତିବୃଦ୍ଧି, ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ଏବଂ ଦଳ ପ୍ରତି ସମର୍ପଣ ମନଭାବ ଅତ୍ୟନ୍ତ ଖୁସିରେ ଜିଲ୍ଲା ରେ ଦଳର ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଢ କରି ଏଥିର ପଞ୍ଚାୟତ ନିର୍ବାଚନରେ ୩୬ ରୁ ୩୬ ଜିଲ୍ଲା ପରିଷଦ ଆସନ ରେ ବିଜେପି ର ବିଜୟ ବାନା ଉଡ଼ାଇବା ପାଇଁ କଳାହାଣ୍ଡି ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପବଦ୍ଧ ବୋଲି ଉପସ୍ଥିତ ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
