ବିଜେପି ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଶତାଧିକ ବିଜେଡି ଏବଂ କଂଗ୍ରେସ କର୍ମୀ ସାମିଲ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନହଲ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସଭାରେ ଓଡିଶା ସରକାର ଙ୍କ ଜଙ୍ଗଲ ପରିବେଶ,ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବିଭାଗ ର ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଲୋକସଭା ସାଂସଦ ମାଳବିକା ଦେବୀ,ରାଜ୍ୟସଭା ସାଂସଦ ସୁଜିତ କୁମାର , ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ଜିଲ୍ଲା ର ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲେ। ଭାରତୀୟ ଜନତା ପାର୍ଟି ର ବିଚାରଧାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱ ତଥା କେନ୍ଦ୍ର ଏବଂ ରାଜ୍ୟ ରେ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ର ଅଗ୍ରଣୀ ଖବର କାଗଜ ନ୍ୟୁଜ ଗ୍ୟାଲେରି ର ସମ୍ପାଦକ ହେମନ୍ତ କୁମାର ରାୟ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ,ବିଜେଡି ଟାଉନ ସମ୍ପାଦକ ସନ୍ତୋଷ କୁମାର ସାହୁ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜିଲ୍ଲାର ବହୁ ସରପଞ୍ଚ, ସମିତି ସଭ୍ୟ, ୱାଡ଼ ମେମ୍ବର ଓ ୨୫୦ରୁ ଅଧିକ ବିଜେଡି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେପି ସାମିଲ ହୋଇଥିଲେ।ଭାରତୀୟ ଜନତା ପାର୍ଟି ସରକାର ଲୋକଙ୍କ ସରକାର, ଲୋକଙ୍କ ସେବା ଆମ ପ୍ରାଥମିକତା ।ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟସରକାର ଙ୍କ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖରେ ତୃଣମୂଳ ସ୍ତରରେ ପହଞ୍ଚାଇ ଲୋକଙ୍କ ସୁବିଧା ଅସୁବିଧାରେ ପାଖରେ ଠିଆ ହେବା ପାଇଁ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଆଗାମୀ ରଣନୀତି, ସଂଗଠନ ଶକ୍ତିବୃଦ୍ଧି, ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ ଏବଂ ଦଳ ପ୍ରତି ସମର୍ପଣ ମନଭାବ ଅତ୍ୟନ୍ତ ଖୁସିରେ ଜିଲ୍ଲା ରେ ଦଳର ସଂଗଠନ କୁ ତୃଣମୂଳ ସ୍ତରରେ ସୁଦୃଢ କରି ଏଥିର ପଞ୍ଚାୟତ ନିର୍ବାଚନରେ ୩୬ ରୁ ୩୬ ଜିଲ୍ଲା ପରିଷଦ ଆସନ ରେ ବିଜେପି ର ବିଜୟ ବାନା ଉଡ଼ାଇବା ପାଇଁ କଳାହାଣ୍ଡି ଜିଲ୍ଲା ର ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପବଦ୍ଧ ବୋଲି ଉପସ୍ଥିତ ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ ମଞ୍ଚ ପରିଚାଳନା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts