Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଶ୍ରମିକମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମସ୍ଥଳୀ ଓ ଯାତ୍ରୀବାହି ବସ ତଥା ଅନ୍ୟାନ୍ୟ ଯାନବାହାନ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ସହିତ ଓଆରଏସ ପ୍ୟାକେଟ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ, ଗାଈ ଇତ୍ୟାଦି ପ୍ରାଣୀ ସମ୍ପଦଙ୍କ ପିଇବା ପାଣିର ବ୍ୟବସ୍ଥା ତଥା ଔଷଧର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲ ଗୁଡିକ ପାଇଁ ସୁନିଶ୍ଚିତ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ଓ ଅଂଶୁଘାତ ସତର୍କତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ଜିଲ୍ଲାର ସମସ୍ତ ବିଡିଓ , ତହସିଲଦାର, ସହରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ନିଜ ଅଞ୍ଚଳରେ ମାର୍ଚ ମାସ ପ୍ରଥମ ସପ୍ତାହ ରୁ ଜଳଛତ୍ର ଖୋଲିବା ସହିତ ମାଇକ ଯୋଗେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
Editor, News Gallery Mob: 9439506580 Email: newsgallery.in@gmail.com
