ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସ୍ଥିତ ପି.ଏମ୍.ଶ୍ରୀ କେନ୍ଦ୍ରିୟ ବିଦ୍ୟାଲୟ ଠାରେ୭୯ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ପ୍ରିନ୍ସିପାଲ ଭୀମସେନ୍ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ପରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାଶଣରେ ଛାତ୍ରଛାତ୍ରୀ ଙ୍କ ମନରେ ଜାତୀୟତାର ବହ୍ନି ଉଦ୍ରେକ କରିଥିଲେ । ଏହାପରେ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ, ସଙ୍ଗୀତ ଉପସ୍ଥାପନା କରାଯାଇଥିଲା।ଯେଉଁଥିରେ ସ୍ୱାଧୀନତା ଦିବସରେ ଭାଷଣ ଏବଂ ଦେଶପ୍ରେମୀ ନୃତ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ।ଏହା ପରେ ସୁସ୍ବାଦ ସ୍ନାକକ୍ସ ଏବଂ ମିଠା ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିନେଶ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ସଫଳତାର ସହ ପାଳନ କରାଯାଇଥିଲା |
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

