ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡିର ଲୋକେ ଶାନ୍ତିପ୍ରିୟ, ନ୍ୟାୟ ପ୍ରିୟ। ଜିଲ୍ଲାର ପ୍ରତ୍ୟେକ ମଣିଷଙ୍କ ଜୀବନ ଯେତେ ସରଳ, ସେତେ ଶୃଙ୍ଖଳିତ ଏ ମାଟିର ଆରାଧ୍ୟ ମାଣିକେଶ୍ବରୀଙ୍କ ଆଶୀର୍ବାଦ ଲାଭ କରି ଏ ଜିଲ୍ଲାବାସୀଙ୍କ ଜୀବନ ଧନ୍ୟ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି କଳାହାଣ୍ଡି ଜିଲ୍ଲା ତଥା ଦୌରା ଜଜ ଅନୁପ ରଞ୍ଜନ ପଟ୍ଟନାୟକ। ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ତଥା ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, ଆଇଏସ ଅଧିକାରୀ ଅନିମେଶ ପ୍ରଧାନ, ଉତ୍ତର ବନଖଣ୍ଡ ଅଧିକାରୀ ରମେଶ ବିଷ୍ଣୋଇ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କଲାଇଭାନନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରାକୋଣ୍ଡା, ଦକ୍ଷିଣ ସହ ବନଖଣ୍ଡ ଅଧିକାରୀ ପ୍ରବେଶ ବର୍ମା, ସିଆରପିଏଫ ୬୪ ବାଟାଲିୟନର ଦୁର୍ଗପତି ଅଜୟ କୁମାର, ବେଦାନ୍ତ ଲିମିଟେଡ ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ, ଉପ ସଭାପତି ପ୍ରତୀକ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା ଧନ୍ୟବାଦ ଦେଇଥିଲେ। ସୁରସଙ୍ଗମ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ବିଭିନ୍ନ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା।ଷ୍ଟାର ନାଇଟ କାର୍ଯ୍ୟକ୍ରମରେ କଳାହାଣ୍ଡିର ପ୍ରସିଦ୍ଧ ଗାୟକ ବିଶ୍ୱଜିତ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ମେଲୋଡିକୁ ଲକ୍ଷାଧିକ ଲୋକେ ଉପଭୋଗ କରିଥିଲେ। ସେହିପରି ପାର୍ବା ମଞ୍ଚ ରେ ମଧ୍ୟ ସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କାଶ୍ମିରୀ ନୃତ୍ୟ, ଲାବଣୀ ସହିତ ୩୦ରୁ ଉର୍ଦ୍ଧ୍ଵ ଏକକ ଓ ଦଳଗତ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

