ନ୍ୟୁଜ ଗ୍ୟାଲେରି, କେସିଙ୍ଗା: କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂ ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ବିଶି କେଶନ କରୁଆଁ ଙ୍କ ନେତୃତ୍ୱ ରେ ବନ ମହୋତ୍ସବ ସପ୍ତାହ ର ତୃତୀୟ ଦିବସ କାର୍ଯକ୍ରମ ସ୍ଥାନୀୟ ସେକ୍ସନ ଅନ୍ତର୍ଗତ ତୁଣ୍ଡଲା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ନିଗ୍ଧା ସରିତା ବଳିଆର ସିଂ ରେଞ୍ଜ ଅଫିସର କେସିଙ୍ଗା, ସରପଞ୍ଚ ସରୋଜ ସେଠ , ଶ୍ରାବଣୀ ବାନାର୍ଜୀ ଅଧ୍ୟାପକ ତୁଣ୍ଡଲା ମହାବିଦ୍ୟାଳୟ କଶୃପଡ଼ା ସେକ୍ସନ ବନରକ୍ଷୀ ରାଜଲକ୍ଷ୍ମୀ ପଧାନ, ସୁଜାତା ବାଗ, ରୁକ୍ମଣୀ ମାଝୀ ତଥା pngo କର୍ମଚାରୀ ଏଵଂ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର ପଧାନ,ସହକାରୀ ଶିକ୍ଷକ, କର୍ମଚାରୀ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କର୍ମଚାରୀ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯକ୍ରମ ହୋଇଥିଲା।ଉକ୍ତ କାର୍ଯୟକ୍ରମରେ ବୃକ୍ଷ ରୋପଣ ର ଆବଶ୍ୟକତା ଉପରେ ହୃଦବୋଧ କରାଇ “ମାଆ ପାଇଁ ଗଛଟିଏ , ଶିଶୁ ପାଇଁ ଗଛଟିଏ”।। ଲଗାଇବା ପାଇଁ ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ଶପଥ ପାଠ କରାଯାଇଥିଲା । କାର୍ଯକ୍ରମ ଟି ର ପ୍ରଭାବ ସ୍ଥାନୀୟ ଅଞ୍ଚଲରେ ବୃକ୍ଷରୋପଣ ପାଇଁ ଆଗ୍ରହ ବଢାଇବା ସହିତ ପରିବେଶ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ଦିଆଗଲା ।ଉକ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକ ତଥା ସମସ୍ତ କର୍ମଚାରୀ ବନ ବିଭାଗ ଙ୍କୁ ଧନ୍ୟବାଦ ଜଣାଇ ବିଦ୍ୟାଳୟରେ ଅଧିକ ଗଛ ଲଗାଇବା ପାଇଁ ସହୋଯୋଗ କାମନା କରିଥିଲେ।

Latest entries
ଜିଲ୍ଲା ଖବରJuly 3, 2025କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନ ମହୋତ୍ସବ ପାଳିତ
ଜିଲ୍ଲା ଖବରJuly 2, 2025ଜଳନ୍ଧର ନାଏକ ହେଲେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି
ଜିଲ୍ଲା ଖବରJuly 1, 2025ବିକଶିତ କଳାହାଣ୍ଡି ନୂଆପଡା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ।
ରାଜ୍ୟ ଜିଲ୍ଲା ଖବରJune 30, 2025ରାୟଗଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ସଙ୍କୁଳ ସୁରୀୟ ମେଧାବୀ ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ