ନ୍ୟୁଜ ଗ୍ୟାଲେରି,କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ସମରସିଂ ଗାଁ ନିକଟରେ ବେଆଇନ କାଠ ଏକ ଟାଟା ଏ ସି ଗାଡ଼ିରେ କେନ୍ଦୁ ଗଣ୍ଡି ଚାଲାଣ ହେଉଥିଲା ବେଳେ କଣ୍ଟାବାଞ୍ଜି ରେଞ୍ଜ ବନ ବିଭାଗ କର୍ମଚାରୀ ଓ ଫରେଷ୍ଟର ଘନଶ୍ୟାମ ପଶାୟତ ଚଢ଼ାଉ କରି କାଠ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରିଛି।ଅଭିଯୁକ୍ତ ଦ୍ୱୟ ହେଲେ କଣ୍ଟାବାଞ୍ଜି ସହର ର ଇନ୍ଦ୍ର ନାଗ ଓ ସାନ ବହିଦାର। ଅଭିଯୁକ୍ତ ଦ୍ୱୟ ଙ୍କୁ ଗିରଫ କରି ଏକ ମାମଲା ରୁଜୁକରି ଉଭୟଙ୍କୁ କୋଟ ଚାଲାଣ କରି ଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହଜାତ କୁ ପଠାଇ ଦିଆଯାଇଛି।କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସିଦ୍ଧାନ୍ତ ସାହୁ କହିଛନ୍ତି।ଫରେଷ୍ଟର ଶ୍ରୀ ପ୍ରଶାୟତ ଙ୍କ ସହ ଫରେଷ୍ଟ ଗାଡ଼ ଶବାନା ଫିର୍ଦୋଷ,ପରମା ନନ୍ଦ ମାଝୀ ସାମିଲ ଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

