ନ୍ୟୁଜ ଗ୍ୟାଲେରି,କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ସମରସିଂ ଗାଁ ନିକଟରେ ବେଆଇନ କାଠ ଏକ ଟାଟା ଏ ସି ଗାଡ଼ିରେ କେନ୍ଦୁ ଗଣ୍ଡି ଚାଲାଣ ହେଉଥିଲା ବେଳେ କଣ୍ଟାବାଞ୍ଜି ରେଞ୍ଜ ବନ ବିଭାଗ କର୍ମଚାରୀ ଓ ଫରେଷ୍ଟର ଘନଶ୍ୟାମ ପଶାୟତ ଚଢ଼ାଉ କରି କାଠ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରିଛି।ଅଭିଯୁକ୍ତ ଦ୍ୱୟ ହେଲେ କଣ୍ଟାବାଞ୍ଜି ସହର ର ଇନ୍ଦ୍ର ନାଗ ଓ ସାନ ବହିଦାର। ଅଭିଯୁକ୍ତ ଦ୍ୱୟ ଙ୍କୁ ଗିରଫ କରି ଏକ ମାମଲା ରୁଜୁକରି ଉଭୟଙ୍କୁ କୋଟ ଚାଲାଣ କରି ଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହଜାତ କୁ ପଠାଇ ଦିଆଯାଇଛି।କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସିଦ୍ଧାନ୍ତ ସାହୁ କହିଛନ୍ତି।ଫରେଷ୍ଟର ଶ୍ରୀ ପ୍ରଶାୟତ ଙ୍କ ସହ ଫରେଷ୍ଟ ଗାଡ଼ ଶବାନା ଫିର୍ଦୋଷ,ପରମା ନନ୍ଦ ମାଝୀ ସାମିଲ ଥିଲେ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

