ଜିଲ୍ଲା ଖବର ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ପରଲୋକ। By Hemant Kumar Ray August 24, 2025August 24, 2025 0 minutes, 0 seconds Read 258 ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମା ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ୭୫ ବର୍ଷ ବୟସରେ ସଦର ବ୍ଲକ୍ ଅନ୍ତର୍ଗତ ଦଙ୍ଗରୀଗୁଡା ସ୍ଥିତ ବାସ ଭବନରେ ଅଗଷ୍ଟ ୨୩ ତାରିଖ ମଧ୍ୟାହ୍ନ ୧୨ ଟାରେ ପରଲୋକ ହୋଇ ଯାଇଛି। ସେ ଗତ ତିନିମାସ ହେଲା ଅସୁସ୍ଥ ଥିଲେ ଓ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ବାହୁକ୍ ନିଜ ପିତା ନରସିଂହ ବାହୁକ୍ ଙ୍କ ଅନ୍ତେ ଦୀର୍ଘ ୩୫ ବର୍ଷ ହେଲା କଳାହାଣ୍ଡି ଇଷ୍ଟ ଦେବୀ ମା ମାଣିକେଶ୍ଵରୀଙ୍କ ସେବାକାରୀ ବାହୁକ୍ ଭାବରେ ସେବା କରି ଆସୁଥିଲେ। ମାଣିକେଶ୍ଵରୀଙ୍କ ଶାରଦୀୟ ଉତ୍ସବ ଓ ବାସନ୍ତିକ ଉତ୍ସବରେ ପ୍ରାୟ ଦୁଇ ମାସ ଧରି ଭବାନୀପାଟଣାରେ ଅବସ୍ଥାନ କରି ମାଣିକେଶ୍ଵରୀଙ୍କ ସେବା ନିଷ୍ଠା ଓ ଭକ୍ତିର ସହ ସମ୍ପାଦନ କରୁଥିଲେ। ବିଶେଷ କରି ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ସ୍ବର୍ଗତ ବାହୁକ୍ ମାଆଙ୍କର ଦୁଇଟି ଖଡ୍ଗ ଧରି ଛତର ସହ ଆସୁଥିଲେ। ଜେନାଖାଲ ଠାରେ ଦେବୀଙ୍କ ଗୁପ୍ତ ପୂଜା ବିଧି ସେ ସମ୍ପାଦନ କରୁଥିଲେ। ତାଙ୍କରି ବିୟୋଗରେ ମାଣିକେଶ୍ଵରୀ ମନ୍ଦିର ପୂଜକ ଓ ସେବାକାରୀ ସମୂହ ସମେତ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, କଳାହାଣ୍ଡି ରାଜପୁତ କ୍ଷତ୍ରିୟ ସମାଜ, କଳିଙ୍ଗ ପାଇକ ସେନା, ବିଶିଷ୍ଟ ବ୍ୟକ୍ତି ଓ ବହୁ ମାଣିକେଶ୍ଵରୀଙ୍କ ଶ୍ରଦ୍ଧାଳୁ ଶୋକ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ନିଜ ବାସ ଗ୍ରାମ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ଭୁବନେଶ୍ୱର ବହୁକ ମୁଖାଗ୍ନୀ ଦେଇଥିଲେ। ମା ମାଣିକେଶ୍ଵରୀ ଙ୍କ ବିଶିଷ୍ଟ ସେବକ ସ୍ବର୍ଗତ ଧବଳେସ୍ୱର ବାହୁକ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଣିକ୍ୟ ସଂଗଠନ, ଭବାନୀପାଟଣା ପକ୍ଷରୁ ୨୪ ତାରିଖ ରବିବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଏକ “ସ୍ମୃତି ସଭା” ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ UncategorisedJune 20, 2026ଭବାନୀପାଟଣାରେ ଶୀତଳ ଷଷ୍ଠୀ ଆଡ଼ମ୍ବର ସହକାରେ ପାଳିତ
ଜିଲ୍ଲା ଖବର ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି By Hemant Kumar Ray November 4, 2025November 4, 2025
ଜିଲ୍ଲା ଖବର ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ By Hemant Kumar Ray November 17, 2025November 18, 2025