ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ପରଲୋକ।

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମା ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ୭୫ ବର୍ଷ ବୟସରେ ସଦର ବ୍ଲକ୍ ଅନ୍ତର୍ଗତ ଦଙ୍ଗରୀଗୁଡା ସ୍ଥିତ ବାସ ଭବନରେ ଅଗଷ୍ଟ ୨୩ ତାରିଖ ମଧ୍ୟାହ୍ନ ୧୨ ଟାରେ ପରଲୋକ ହୋଇ ଯାଇଛି। ସେ ଗତ ତିନିମାସ ହେଲା ଅସୁସ୍ଥ ଥିଲେ ଓ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ବାହୁକ୍ ନିଜ ପିତା ନରସିଂହ ବାହୁକ୍ ଙ୍କ ଅନ୍ତେ ଦୀର୍ଘ ୩୫ ବର୍ଷ ହେଲା କଳାହାଣ୍ଡି ଇଷ୍ଟ ଦେବୀ ମା ମାଣିକେଶ୍ଵରୀଙ୍କ ସେବାକାରୀ ବାହୁକ୍ ଭାବରେ ସେବା କରି ଆସୁଥିଲେ। ମାଣିକେଶ୍ଵରୀଙ୍କ ଶାରଦୀୟ ଉତ୍ସବ ଓ ବାସନ୍ତିକ ଉତ୍ସବରେ ପ୍ରାୟ ଦୁଇ ମାସ ଧରି ଭବାନୀପାଟଣାରେ ଅବସ୍ଥାନ କରି ମାଣିକେଶ୍ଵରୀଙ୍କ ସେବା ନିଷ୍ଠା ଓ ଭକ୍ତିର ସହ ସମ୍ପାଦନ କରୁଥିଲେ। ବିଶେଷ କରି ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ସ୍ବର୍ଗତ ବାହୁକ୍ ମାଆଙ୍କର ଦୁଇଟି ଖଡ୍ଗ ଧରି ଛତର ସହ ଆସୁଥିଲେ। ଜେନାଖାଲ ଠାରେ ଦେବୀଙ୍କ ଗୁପ୍ତ ପୂଜା ବିଧି ସେ ସମ୍ପାଦନ କରୁଥିଲେ। ତାଙ୍କରି ବିୟୋଗରେ ମାଣିକେଶ୍ଵରୀ ମନ୍ଦିର ପୂଜକ ଓ ସେବାକାରୀ ସମୂହ ସମେତ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, କଳାହାଣ୍ଡି ରାଜପୁତ କ୍ଷତ୍ରିୟ ସମାଜ, କଳିଙ୍ଗ ପାଇକ ସେନା, ବିଶିଷ୍ଟ ବ୍ୟକ୍ତି ଓ ବହୁ ମାଣିକେଶ୍ଵରୀଙ୍କ ଶ୍ରଦ୍ଧାଳୁ ଶୋକ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ନିଜ ବାସ ଗ୍ରାମ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ଭୁବନେଶ୍ୱର ବହୁକ ମୁଖାଗ୍ନୀ ଦେଇଥିଲେ। ମା ମାଣିକେଶ୍ଵରୀ ଙ୍କ ବିଶିଷ୍ଟ ସେବକ ସ୍ବର୍ଗତ ଧବଳେସ୍ୱର ବାହୁକ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଣିକ୍ୟ ସଂଗଠନ, ଭବାନୀପାଟଣା ପକ୍ଷରୁ ୨୪ ତାରିଖ ରବିବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଏକ “ସ୍ମୃତି ସଭା” ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts