ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟ ସଭାପତି ଭାବରେ ଜଳନ୍ଧର ନାଏକ ପିସିସି ଙ୍କୁ ସଭାପତି ଭକ୍ତ ଚରଣ ଦାସ ଶ୍ରୀ ନାଏକ ଙ୍କୁ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ମନୋନୀତ କରିଛନ୍ତି। ଶ୍ରୀ ନାଏକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ସୂଚାରୁ ରୂପେ ତୁଲାଇ ଆସୁଥିଲେ।ସେ ଏବେ ଜିଲ୍ଲା ସଭାପତି ଭାବେ ମନୋନୀତ ହୋଇଥିବାରୁ ଆହୁରି କଂଗ୍ରେସ କମିଟିକୁ ମଜଭୁତ କରିବାପାଇଁ ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି। ସଭାପତି ହେବା ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ନାଏକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଭାରେ ଯୁବ ନେତା ମହମ୍ମଦ୍ ସାହେବ, ଜିଲା ଉପ ସଭାପତି ପ୍ରୀତମ ବେହେରା, ସଦର ବ୍ଲକ ସଭାପତି ସୁବାଷ ପ୍ରଧାନ, ବ୍ରଜ ସାହୁ,ସୁଶାନ୍ତ କୁମାର ପ୍ରଧାନୀ,ଆଇନ ଯିବି ନିମାଞ୍ଚଳ ନାଏକ, ମନ୍ଦାକିନି ବଣୁଆ, ପ୍ରମୁଖ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 23, 2025ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ
ଜିଲ୍ଲା ଖବରOctober 22, 2025ଦୀପାବଳି ଉପଲକ୍ଷେ ଚଣ୍ଡୀ ମହାଯଜ୍ଞ
ଜିଲ୍ଲା ଖବରOctober 22, 2025ଦୀର୍ଘ ଦଶ ବର୍ଷ ସଂଘର୍ଷ ର ଫଳ ପାଇଲେ ଗଣ୍ଡାମେର ଗ୍ରାମ ବାସୀ
ଜିଲ୍ଲା ଖବରOctober 18, 2025ଭବେନ୍ଦ୍ର ପଣ୍ଡା ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା

