Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସୂଚନା ଯୋଗ୍ୟ ଯେ ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଲକ୍ଷ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ବ୍ୟାପକ ସ୍ତରରେ ସମ୍ପୃକ୍ତିକୁ ପ୍ରୋତ୍ସାହିତ କରି ବିବିଧ ଗୋଷ୍ଠୀର ସାମୂହିକ ଶକ୍ତିର ଉପଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓଡିଶା ମୋହନ ଚରଣ ମାଝୀଙ୍କୁ ଜିଲ୍ଲାପାଳ କଳାହାଣ୍ଡି ଓ ନୂଆପଡାଙ୍କ ଜରିଆରେ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ପ୍ରଦାନ କରି ଏହାର ପ୍ରତିଲିପି ପ୍ରଧାନମନ୍ତ୍ରୀ ଭାରତ ସରକାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ ସାଂସଦ ମନମୋହନ ସାମଲ, ସାଂସଦ କଳାହାଣ୍ଡି ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ପୂର୍ବତନ ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ଦିଆଯାଇଛି । ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିକାଶର ଅଧ୍ୟାୟକୁ ଭିଜନ ଓଡିଶା ଡକୁମେଣ୍ଟରେ ଯୋଡିବା ପାଇଁ ଡ. ନିଆଲ ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି । ଏହି ଦାବୀ ମାନଙ୍କ ମଧ୍ୟରୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ଆଲୁମିନିୟମ ଶିଳ୍ପ, ୟୁକୋ ଟୁରିଜିମ ଶିଳ୍ପ, କୃଷିଭିତ୍ତିକ ଶିଳ୍ପ, ବୃହତ ଶିଳ୍ପ, ଫରେଷ୍ଟ ପ୍ରୋସେସିଂ ଶିଳ୍ପ, କୁଟୀର ଶିଳ୍ପ, ସେରିକଲ୍ଚର ଶିଳ୍ପ, ସୁଗର ମିଲ, ସ୍ପିନିଂ ମିଲ, ଜିନିଂ ମିଲ, କଟନ ଟେକ୍ସ ଟାଇଲ ମିଲ, ମିନେରାଲ ପ୍ରୋସେସିଂ ଶିଳ୍ପ ସହ ଫୁଡ୍ ପ୍ରୋସେସିଂ ପ୍ଲାଣ୍ଟ, ଇଥୋନାଲ ପ୍ଲାଣ୍ଟ, ମେଗା ରାଇସ ପ୍ଲାଣ୍ଟ, ସୋଲାର ପାୱାର ପ୍ଲାଣ୍ଟ, ହାଇଡ୍ରୋ ଇଲେକ୍ଟ୍ରିକାଲ ପ୍ରୋଜେକ୍ଟ, ଟେକ୍ସଟାଇଲ ପାର୍କ, ସଫ୍ଟୱେର ଟେକ୍ନୋଲୋଜି ପାର୍କ ଏହା ବ୍ୟତୀତ କଳାହାଣ୍ଡିର ଗୁଡହାଣ୍ଡିକୁ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ ମାନ୍ୟତା ଏବଂ ହାବସପୁର ଶାଢ଼ୀକୁ ପ୍ରୋତ୍ସାହନ ସହିତ ଜିଲ୍ଲାରେ ତଥା ୨ଟି ଜିଲ୍ଲାରେ ଶୀତଳ ଭଣ୍ଡାର ଏବଂ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ରେଳ ବିକାଶ ସମ୍ବନ୍ଧିତ ଦାବୀ, ଜଳସେଚନ ଓ ନଦୀବନ୍ଧ ଯୋଜନା, ଉଦନ୍ତୀ ଓ ଉତେଇ ପ୍ରକଳ୍ପ ସହ କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ବିଭିନ୍ନ ରାଜମାର୍ଗରେ ୍ବସ୍ଥିତ ୬୦ ଦଶକରେ ନିର୍ମିତ ହୋଇଥିବା ପୋଲ ର ବୈକଳ୍ପିକ ବ୍ୟବସ୍ଥା ସୁନିଶ୍ଚିତ କରିବା, କଳାହାଣ୍ଡି କୃଷି ମହାବିଦ୍ୟାଳୟ ଏବଂ ଯାନ୍ତ୍ରୀକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଏବଂ ଗତ ଦଶକ ଭିତରେ ୨ଟି ଜିଲ୍ଲାର ବିଭିନ୍ନ ରାଜନୈତିକ ସଂଗଠନ ତରଫରୁ ଏବଂ ୨ଟି ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ଦାବୀ ଏବଂ ପ୍ରସ୍ତାବ କୁ ଅନ୍ତର୍ଭୁକ୍ତ କରିବା ଆଦି ଦାବୀ ଗୁଡିକୁ ଭିଜନ ଓଡିଶା ୨୦୩୬ରେ ଯୋଡିବା ପାଇଁ ଉକ୍ତ ସ୍ମାରକପତ୍ର ଜରିଆରେ ଡ. ନିଆଲ ନିବେଦନ କରିଛନ୍ତି ।
Editor, News Gallery Mob: 9439506580 Email: newsgallery.in@gmail.com
