ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ରିଜର୍ଭ ପୋଲିସ ପଡ଼ିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗ ଦେଇ ପୋଲିସ ଅଭିବାଦନ ଗ୍ରହଣ କରିଥିଲେ ଓ ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିଲେ।
ପରେ ଜିଲ୍ଲାର ସର୍ବ ଶ୍ରେଷ୍ଠ ଇନ୍ସପେକ୍ଟର, ସର୍ବଶ୍ରେଷ୍ଠ ଏଏସଆଇ, ସର୍ବଶ୍ରେଷ୍ଠ ହାବିଲଦାର, ସର୍ବଶ୍ରେଷ୍ଠ ଓଆର୍ ହାବିଲଦାର, ସର୍ବଶ୍ରେଷ୍ଠ ଏପିଆର୍ କନଷ୍ଟେବଲ୍, ଶ୍ରେଷ୍ଠ ଟ୍ରାଫିକ କନଷ୍ଟେବଳ ଙ୍କୁ ଆଜିର ଦିବସରେ ମୁଖ୍ୟ ଅତିଥି ଏସପି ଶ୍ରୀ ଦେବକୋଣ୍ଡା ଏବଂ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି।
ସମ୍ମାନିତ ଅତିଥି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇଥିଲେ । ଆରଆଇ ସୁରେଶ କୁମାର ବାଲିଆର ସିଂହ ପ୍ୟାରେଡ ପରିଚାଳନା କରିଥିବା ବେଳେ ପୋଲିସ କନେଷ୍ଟବଳ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

