ନ୍ୟୁଜଗ୍ୟାଲେରି,ଭବାନିପାଟଣା: ଭବାନୀପାଟଣା ବ୍ଲକ ମାଟିଆ କ୍ଲଷ୍ଟର ର ଖଇରମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଲୋକନାଥ ହେରନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଲେକ୍ଜାଣ୍ଡାର ଫିଲିପ ବାର୍ଷିକ ବିବରଣୀ ରେ ପଠନ କରିଥିଲେ। ସହ ଶକ୍ଷିକ ଓ ଅନ୍ଯ ସମସ୍ତ ଦିଗ ରେ କିପରି ଛାତ୍ର ଛାତ୍ରୀଙ୍କ ବିକାଶ ହୋଇ ପାରିବ ସେ ସମ୍ପର୍କ ରେ କହିଥିଲେ।
ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଶୀକେଶ ନାଏକ,ମୁଖ୍ୟବକ୍ତା ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ , ଜିଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକା ନୀହାରିକା ଦେବୀ, ସି ଆର ସି ସି ଧନଞ୍ଜୟ ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ପ୍ରତିଦିନ ଅଭ୍ୟାସ ଓ ଅଧ୍ୟବସାୟ ଦ୍ଵାରା ସଫଳତା ହାସଲ ସମ୍ଭବ ବୋଲି ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।ପୁରସ୍କାର ବିତରଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୌଦାମିନୀ ସ୍ଵାଇଁ, ଭାରତୀ ବାରିକ, ଦୀପଶିଖା ମିଶ୍ର,ଶିକ୍ଷକ ବାଞ୍ଛାନିଧି ମିଶ୍ର ପ୍ରମୂଖ ପରିଚାଳନା କରିଥିଲେ।୧୯୫୭ ରେ ପ୍ରତିଷ୍ଟିତ ବିଦ୍ୟାଳୟ ରେ ପ୍ରଥମ ଥର ବାର୍ଷିକ ଉତ୍ସବ ପାଳିତହେଉଥିବା ଏହା ଅଞ୍ଚଳ ଲୋକ ଙ୍କ ପାଇଁ ଖୁସି ଆଣି ଦେଇଥିଲା।୨୦୨୩-୨୪ ରେ ନରସିଂହ ହେରନା ୨୦୨୪-୨୫ ରେ ଚୁଳମଣି ହେରନା ଙ୍କୁ ବର୍ଷ ର ଶ୍ରେଷ୍ଠ ଛାତ୍ର ଭାବେ ପୁରସ୍କୃତ କରାଯାଇଥିଲା।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

