ଭବାନୀପାଟଣା ସହର ରେ ହର ଘର ତିରଂଗା ଶୋଭାଯାତ୍ରା।

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ହର ଘର ତିରଂଗା କାର୍ଯ୍ୟକ୍ରମ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଠାରୁ ଏକ ବିଶାଳ  ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଭବାନୀପାଟଣା ସହର ପରିକ୍ରମା କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭି ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟା ମୟ ପାଢି, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ନିର୍ବାହୀ ଅଧିକାରୀ ପୌରପାଳିକା ଚିନ୍ମୟ ନାୟକ, ବିଡିଓ ଚନ୍ଦନ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର, ସାଂସଦଙ୍କ ପ୍ରତିନିଧି ଜୟ ଶଙ୍କର ନାୟକ, କବି ଡଃ ଭାବନି ସଙ୍କର ନିଆଲ, ଶିଶୁ ସୁରକ୍ଷା ୟୁନିଟ୍ ପ୍ରୋଗ୍ରାମ ଅଧିକାରୀ ଅଂଶୁମାନ ବାବୁ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ, ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ହାତରେ ତ୍ରିରଙ୍ଗା ଧରି ଦେଶ ପ୍ରେମ ,ଦେଶ ଭକ୍ତି ର ନାରା ଭାରତ ମାତା କି ଜୟ,ବନ୍ଦେ ମାତରମ୍, ଜୟ ଜବାନ, ଜୟ କିଷାନ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ, ସ୍ୱତଃପ୍ରବୃତ ଭାବେ ଜନସାଧାରଣ ଏଥିରେ ସାମିଲ ହୋଇ ତିରଂଗା ଯାତ୍ରା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଏହି ଅବସରରେ ସ୍ଥାନୀୟ ବି ଏମ୍ ଉଚ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସଫଳ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା,।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ସମାନିତ ଅତିଥି ଇଣ୍ଡିଆନ୍ କ୍ରିଏଟିଭ୍ ଆର୍ଟିଷ୍ଟ ନେଟୱର୍କ ଟ୍ରଷ୍ଟ ର ଅଧ୍ୟକ୍ଷ ଡଃ ଅଜୟ କୁମାର ମିଶ୍ର,ଭି ସି, ତରୁଣ ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର ପ୍ରସନ୍ନ ମେହେର ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts