ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସିନାଙ୍ଗଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଭାତ କୁମାର ସାହୁ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାହୁ ସିନାଙ୍ଗଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜ କର୍ମ ମଇ ଜୀବନ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ, ହୃଷିକେଶ ନାଏକ, ଜୟଶଙ୍କର ମାଝୀ, ବିଜେପି ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, ସୁରେନ୍ଦ୍ର ପ୍ରସାଦ ସାହୁ , ଅଧ୍ୟପକ ପ୍ରଶ୍ନନ କୁମାର ସାହୁ,

ସମାଜ ସେବୀ ସୁବିର ଠାକୁର, ଶିକ୍ଷକ ନେତା ଶ୍ୟାମସୁନ୍ଦର ପଣ୍ଡା, ଭୁରକୁଟୀ ଗଉଡ଼, ଧନଞ୍ଜୟ ସାହୁ, ଦ୍ରୁୟଧନ ମାଝୀ,ପ୍ରଫୁଲ୍ଲ ଠାକୁର,ଆଇନଯିବି ସୁଧୀର ପଟ୍ଟନାୟକ, ବିଶିଷ୍ଟ ଶିକ୍ଷକ ସୁଡ଼ଳ ମୁଣ୍ଡ,ରାଜ୍ୟ ସିଟି ଶିକ୍ଷକ ସଂଘ ସଭାପତି ପ୍ରକୃତିବନ୍ଧୁ ପ୍ରଦୀପ ସାହୁ, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ଉପସ୍ଥିତ ରହି ଶ୍ରୀ ସାହୁ ଙ୍କ ଶିକ୍ଷକ ଜୀବନର ଅକଳ୍ପନା ମଇ ଗାଥା ବଖାଣିବା ସହିତ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ସମ୍ବର୍ଦ୍ଧନା ସଭାରେ ଅନୁପ୍ରାଣିତ ହୋଇ ଭୁପେଶ ତ୍ରିପାଠି ଶୁଗମ ସଙ୍ଗୀତ କଣ୍ଠଦାନ କରିଥିଲେ। ସମ୍ବର୍ଦ୍ଧନା ସଭାକୁ ଓଡ଼ିଶାର ସୁନାମ ସଙ୍ଗୀତଜ୍ଞ ଜଗନ୍ନାଥ ତ୍ରିପାଠୀ ମଞ୍ଚ ପରିଚାଳନା କରିବାସହିତ ପରମ୍ଭିକ ସଂଗୀତ ପରିବେଶଣ କରିଥିଲେ । ଏହି ସମ୍ବର୍ଦ୍ଧନା ସଭା କୁ ରୁକଧର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

