କଳାହାଣ୍ଡି:(ନ୍ୟୁଜଗ୍ୟାଲେରି)ଧର୍ମଗଡ ସ୍ଥିତ ଭାରତୀୟ ଆଦିମ ଜାତି ସେବା ସଂଘ ପରିଚାଳିତ ସ୍ଵଧାର ଗୃହ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗାଭ୍ୟାସକରାଯାଇଥିଲା। ସ୍ଵଧାର ଗୃହରେ ରହୁଥିବା ୩୫ ଜଣ ଅନ୍ତେବାସୀ ମିଳିତ ଭାବେ ଯୋଗାଭ୍ୟାସ କରିଥଲେ।
ଧର୍ମଗଡ ସ୍ଵଧାର ଗୃହର ପରିଚାଳିକା ନିବେଦିତା ପ୍ରଧାନ, ସଦସ୍ୟା ଗୀତା ପଟ୍ଟନାୟକ, ସହାୟକ କର୍ମଚାରୀ ସରସ୍ଵତୀ ନାଏକ, ସୁଭାଷନି ରାଉତ, ରୋଜାଲିନ ନାଏକ, ଖଦୀ ଭଣ୍ଡାର ପରିଚାଳକ ଦେବରାଜ ମହାନନ୍ଦ ଉକ୍ତ ଯୋଗାଭ୍ୟାସ ରେ ଯୋଗଦେଇ ଅନ୍ତେବାସୀ ମାନଙ୍କ ସହ ଯୋଗଭ୍ୟାସ କରିଥଲେ।
ଯୋଗ ଏକ ପ୍ରକ୍ରିୟା ଯାହା ଶରୀରକୁ ସୁସ୍ଥ ରଖେ ଓ ଏକାଗ୍ରତା ଆଣେ । ଯୋଗ ଏକ ସାଧନା ଓ ଏକ ଅମୃତମୟ ଜୀବନର ରାହା । ଯୋଗରୁ ସୁସ୍ଥତା ଓ ସାମର୍ଥ୍ୟ ମିଳେ । ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରେ ବୋଲି ସଦସ୍ୟା ଗୀତା ପଟ୍ଟନାୟକ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନ୍ୟୁୟର୍କରେ ସାରା ବିଶ୍ବକୁ ଯୋଗର ପାଠ ପଢ଼ାଉଥିବା ବେଳେ ଓଡ଼ିଶାର ଗାଁଠୁ ସହର, ସବୁଠି ଚାଲିଛି ଯୋଗାଭ୍ୟାସ । ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି “ବସୁଧୈବ କୁଟୁମ୍ବକମ “। ଏହି ଅବସରରେ ସ୍ଵଧାର ଗୃହର ଅନ୍ତେବାସିନୀ ମାନେ ମିଳିତ ଭାବେ ଯୋଗଭ୍ୟାସ କରିଛନ୍ତି।ପ୍ରାଚୀନ ଭାରତବର୍ଷର ଏହି ଅମୂଲ୍ୟ ବରଦାନକୁ ବିଶ୍ୱ ସ୍ଵୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

