Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସଂଗୀତ କ୍ଷେତ୍ରରେ କଳାହାଣ୍ଡି ଲେଖକ କଳା ପରିଷଦର ବିଶିଷ୍ଟ ସଙ୍ଗୀତ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁ ନରେନ୍ଦ୍ର ପଣ୍ଡା, ଦୁର୍ଗା ଶଙ୍କର ପଟ୍ଟନାୟକ, ଜୟରାମ ସାହୁ, ସନ୍ଦିପ ପଣ୍ଡା ବିଭିନ୍ନ ବାଦ୍ୟଯନ୍ତ୍ରରେ ସାଥୀ ଥିବାବେଳେ କଳା ପରିଷଦ ସଂଗୀତ ବିଦ୍ୟାଳୟର କଣ୍ଠଶିଳ୍ପୀ ସସ୍ମିତା ରଥ, ସସ୍ମିତା ମହାନ୍ତି, ନମୀତା ମିଶ୍ର, ରୋଜାଲିନ ତ୍ରିପାଠୀ, ବୈଷ୍ଣବୀ ପଲ୍ଲବ, ସଂଗୀତା ରାଉତ ଓ କାଜଲ ମହାରଣା କଣ୍ଠଦାନ କରିଥିଲେ। ଅନୁଷ୍ଟିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା। ଏଥିରେ ସକ୍ଷମ ନୃତ୍ୟ ଏକାଡେମୀ, ଜେକେ ଡ୍ଯାନ୍ସ ସ୍କୁଲ ଏବଂ ନୃତ୍ୟ ରସିକା ବିଦ୍ୟାଳୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା ଶାନ୍ତି ପାଠ ସହିତ ସଭା ସାଙ୍ଗ ଘୋଷଣା କରିଥିଲେ। ପ୍ରାନ୍ତ ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ପ୍ରାନ୍ତ ଅଧ୍ୟକ୍ଷ ହରେକୃଷ୍ଣ ଭୋଇ, ତାପସ ରଞ୍ଜନ ପଟେଲ, ପ୍ରୀତି ପଟ୍ଟନାୟକ ଏବଂ ଆଲୋକ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
