ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ଠାରେ ବରିଷ୍ଠ ନାଗରିକ ଏବଂ ଅବସର ପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ମାନଙ୍କୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଧର୍ମଗଡ କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ନଗର ପାଳ ଅଶୋକ ମହାନ୍ତି ଙ୍କ ସଭାପତିତ୍ବ ରେ ଅତିଥି ଉପାଧ୍ୟକ୍ଷା ମନୀଷା ମିଶ୍ର, ନିର୍ବାହୀ ଅଧିକାରୀ ବିଶ୍ଵମ୍ୱର ମିଶ୍ର,ବରିଷ୍ଠ ନାଗରିକ ସଂଘର ସଭାପତି ହିମାଂଶୁ ଶେଖର ମୁଣ୍ଡ,ସମ୍ପାଦକ ସୁନିଲ ଚନ୍ଦ୍ର ପାତ୍ର,ଅବସର ପ୍ରାପ୍ତ କର୍ମଚାରୀ ସଂଘର ସଭାପତି କବିରାଜ ଦୁର୍ଗା ଓ ସମ୍ପାଦକ ରାଜେନ୍ଦ୍ର ଭୋଇ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ସହରର ସ୍ୱଚ୍ଛତା ଦିଗରେ ବିଶେଷ ଗୁରୁତ୍ଵ ଦେଇ ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଦେଇଥିବାବେଳେ, ଉପସ୍ଥିତ ବରିଷ୍ଠ ନାଗରିକ ବୃନ୍ଦ ସ୍ଵଚ୍ଛତା ଉପରେ ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ ଓ ସହରର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ନଗରପାଳ ଓ ନିର୍ବାହୀ ଅଧିକାରୀ ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହଯୋଗ ଲୋଡି ବା ସହ ପର୍ଯ୍ୟାୟ କ୍ରମେ ବହୁତ ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଆନ୍ତରିକ ଉଦ୍ୟମ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ କିରାଣୀ ରବୀନ୍ଦ୍ରନାଥ ପରିଡ଼ା ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

