ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ ଭାଗିରଥୀ ଇନ୍ ସମ୍ମିଳନୀ କକ୍ଷରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ପଟ୍ଟାୟତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, କଳାହାଣ୍ଡି ବରପୁତ୍ର ବୈଦ୍ୟରାଜ ପବିତ୍ର ଶବର, ବିଶିଷ୍ଟ ଶିକ୍ଷାବିତ୍ ତଥା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ଅଜୟ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଆଜି ସମଗ୍ର ବିଶ୍ୱ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସମ୍ବାଦପତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିବା ସହ ସାମ୍ବାଦିକମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ପ୍ରଥମ କରି ଏହି ଦିବସ ଘୋଷଣା କରାଯାଇଥିଲା। ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିଥାଏ। ଚଳିତ ବର୍ଷ ବିଶେଷ କରି ପରିବେଶ ସଙ୍କଟ ସମୟରେ ସାମ୍ବାଦିକତାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। ତଥ୍ୟକୁ ସଠିକ୍ ଭାବେ ଉପସ୍ଥାପନ କରିବା ଏବଂ ଗୁଜବଠାରୁ ଦୂରେଇ ରହିବା ପାଇଁ ଶପଥ ନିଆଯାଇଛି। ସାମ୍ବାଦିକମାନେ ନିଜର ବୃତ୍ତିଗତ ସମସ୍ୟା ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋଚନା କରିଛନ୍ତି ।
ସାମ୍ପ୍ରତିକ ସମୟରେ ସଠିକ୍ ଖବର ପରିବେଷଣ କରିବା ଏକ ଆହ୍ୱାନ ହୋଇପଡ଼ିଛି। ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରାଯିବା ସହ ସେମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହରଜିନ୍ଦର୍ ସିଂ ଙ୍କୁ ସାମ୍ବାଦିକ ଗୌରବ ସମ୍ମାନରେ ଓ ବୈଦ୍ୟରାଜ ପବିତ୍ର ଶବର ଙ୍କୁ ସମାଜ ସେବା କ୍ଷେତ୍ରରେ ସମ୍ମାନିତ କରା ଯାଇଥିଲା। ଏହା ବ୍ୟତୀତ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ତଥା ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାମ୍ବାଦିକ ଉତ୍ତମ କୁମାର ଦାଶ,ଫକୀର ମୋହନ ରଣା, ଶିବାନୀ ଦେ, ଅମିୟ ସାହୁ, ଦୀପକ ସାହୁ, ଶିବ ନାଏକ,ଲକ୍ଷ୍ୟଜ୍ୟୋତି ଜାଲ, ଅଂଶୁମାନ ପାତ୍ର, ଲକ୍ଷ୍ମୀକାନ୍ତ ବାଗ,ନ୍ୟୁଜ ଗ୍ୟାଲେରି ସମ୍ପାଦକ ହେମନ୍ତ କୁମାର ରାୟ, ଝସକେତନ ଧଙ୍ଗଡାମାଝୀ, ଚିତ୍ତ ରଞ୍ଜନ ବିଶି, ସୁବାସ ବାଗ ଓ ସମାଜ ସେବୀ ଚିନ୍ତାମଣି ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

