ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ମା ମାଣିକେଶ୍ୱରୀ ଶ୍ରମିକ ସଂଘ ପକ୍ଷରୁ ଭବାନୀପାଟଣା ଜେଲ ଛକ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଲଲିତ ନିଆଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ ମୁଣ୍ଡ ଉପସ୍ଥିତ ରହିଥିଲେ। ପ୍ରଥମେ ବାଲାଜି ମନ୍ଦିର ଠାରୁ ଏକ ବାଇକ ଶୋଭାଯାତ୍ରାରେ ସହର ର ଜେଲ ଛକ, ଘୋଡା ଘାଟ ଛକ, ଦୟାନିଧି ଛକ, ମାନିକେଶ୍ୱରୀ ଛକ, କଲେଜ ଛକ ହୋଇ ପରିକ୍ରମା କରି ଜେଲ ଛକ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ନାଏକ ଅତିଥୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସଂଘ ର ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ପ୍ରବୀଣ ଅଗ୍ରବାଲ, ଲଷ୍ମୀଧର ତାଣ୍ଡି ,ବେଳାର ଯାନୀ, ସୁନ୍ଦର ଜେନା ମଞ୍ଚରେ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଡମ୍ବରୁ ଧର ଗଉଡ଼ ପରିଚାଳନା କରିଥିବାବେଳେ ସହଦେବ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କଳାହାଣ୍ଡି ଜିଲ୍ଲା ର ସମସ୍ତ ସଂଘ ସଦସ୍ୟ ଏବଂ କର୍ମକର୍ତ୍ତା ପ୍ରମୂଖ ଯୋଗଦେଇଥିଲେ ।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

