ନ୍ୟୁଜଗ୍ୟାଲେରି,ଧର୍ମଗଡ: ଦୀର୍ଘଦିନ ଧରି ଧର୍ମଗଡ ସହର ର ମୁଖ୍ୟ ରାସ୍ତା କୁ ଅନେକ ବ୍ୟକ୍ତି ଜବରଦଖଲ କରି ଆସୁଛନ୍ତି।ଜବରଦଖଲ ଯୋଗୁ ରାସ୍ତାର ସମ୍ପ୍ରସାରଣ ରେ ବ୍ୟାଘାତ ଦେଖାଦେଇଛି। ଅନେକ ସମୟରେ ଯାନବାହାନ ଜାମ ହେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଟ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଧର୍ମଗଡ ଏନଏସି ଏନେଇ କଡା ପଦକ୍ଷେପ ଗ୍ରହଣ କରିଛି।ବୁଧବାର ଦିନ ଜବରଦଖଲ ଉଚ୍ଛେଦ କରିଛି।ଚାରିଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।ମୁଖ୍ୟ ରାସ୍ତା ଉପର ଅନେକ ଦୋକାନୀ ଦୀର୍ଘଦିନ ଠାରୁ ଜବରଦଖଲ କରି ରଖିଥିଲେ। ଏନ ଏ ସି ନିର୍ବାହୀଅଧିକାରୀ ବିଶ୍ୱମ୍ବର ମିଶ୍ର,ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଏସଡିପିଓ ଡୋଳାମଣି ଭୋଇ,ଆଇଆଇସି ସୁଦର୍ଶନ ନାୟକ ଙ୍କ ଉପସ୍ଥିତ ରେ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି।ଧର୍ମଗଡ ଏନଏସି କର୍ମଚାରୀ ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

