ନ୍ୟୁଜଗ୍ୟାଲେରି,ଧର୍ମଗଡ: ଦୀର୍ଘଦିନ ଧରି ଧର୍ମଗଡ ସହର ର ମୁଖ୍ୟ ରାସ୍ତା କୁ ଅନେକ ବ୍ୟକ୍ତି ଜବରଦଖଲ କରି ଆସୁଛନ୍ତି।ଜବରଦଖଲ ଯୋଗୁ ରାସ୍ତାର ସମ୍ପ୍ରସାରଣ ରେ ବ୍ୟାଘାତ ଦେଖାଦେଇଛି। ଅନେକ ସମୟରେ ଯାନବାହାନ ଜାମ ହେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଟ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଧର୍ମଗଡ ଏନଏସି ଏନେଇ କଡା ପଦକ୍ଷେପ ଗ୍ରହଣ କରିଛି।ବୁଧବାର ଦିନ ଜବରଦଖଲ ଉଚ୍ଛେଦ କରିଛି।ଚାରିଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।ମୁଖ୍ୟ ରାସ୍ତା ଉପର ଅନେକ ଦୋକାନୀ ଦୀର୍ଘଦିନ ଠାରୁ ଜବରଦଖଲ କରି ରଖିଥିଲେ। ଏନ ଏ ସି ନିର୍ବାହୀଅଧିକାରୀ ବିଶ୍ୱମ୍ବର ମିଶ୍ର,ଧର୍ମଗଡ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଏସଡିପିଓ ଡୋଳାମଣି ଭୋଇ,ଆଇଆଇସି ସୁଦର୍ଶନ ନାୟକ ଙ୍କ ଉପସ୍ଥିତ ରେ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି।ଧର୍ମଗଡ ଏନଏସି କର୍ମଚାରୀ ଓ ପୋଲିସ କର୍ମଚାରୀ ସହଯୋଗ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

