ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମଦୁରାଇ ଯାତ୍ରା ।

ନ୍ୟୁଜଗ୍ୟାଲେରି,ଭବାନିପାଟଣା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ବତନ୍ତ୍ର ବସ ଯୋଗେ ୧୮୭ ଜଣ ବରିଷ୍ଠ ନାଗରିକ ରାମେଶ୍ଵରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତା କାଲି ସ୍ବତନ୍ତ୍ର ଟ୍ରେନ ଯୋଗେ ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମାଦୁରାଇ ଯାତ୍ରା କରି ଆସନ୍ତା ଡ଼ିସେମ୍ବର ୨୧ ତାରିଖରେ ଫେରିବେ । ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଉପନିର୍ଦ୍ଦେଶକ ସ୍ୱଳ୍ପ ସଞ୍ଚୟ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ୟୁଥ ଅଫିସର୍ ପ୍ରସନ୍ନ ମେହେର ଏବଂ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁବୋଧ ଛତ୍ରିଆ ଯୋଗଦେଇ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ । ସମସ୍ତ ତୀର୍ଥଯାତ୍ରୀ ଏପଟେ ସେପଟେ ନ ହୋଇ ସାଙ୍ଗରେ ରହି ନିଜର ସୁବିଧା ଅସୁବିଧା ସାଙ୍ଗରେ ଯାଇଥିବା ଏସ୍କର୍ଟ ଅଧିକାରୀଙ୍କୁ ଜଣାଇ କିପରି ସୁରକ୍ଷିତ ଭାବରେ ତୀର୍ଥଯାତ୍ରା ଭ୍ରମଣ ସାରି ନିଜ ନିଜ ଘରକୁ ଫେରିବେ ସେ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାର ୧୮୭ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଭଲରେ ତୀର୍ଥ ଯାତ୍ରା ସାରି କେମିତି ଭଲରେ ଫେରି ଆସିବେ ସେଥି ପାଇଁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମସ୍ତ ତୀର୍ଥଯାତ୍ରୀଙ୍କର ଶୁଭ କାମନା କରିଥିଲେ । ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ତାଙ୍କୁ ଭଲରେ ନେଇ ଆଣିବା ପାଇଁ ୬ ଜଣ ଏସ୍କର୍ଟ ଅଧିକାରୀଙ୍କୁ ସାଙ୍ଗରେ ପଠାଯାଇଛି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts