ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଠନ (କେ.ଭି.ଏସ) ଫାଉଣ୍ଡେସନ୍ ଡେ ଉତ୍ସବମୁଖର ପରିବେଶରେ ପାଳନ ହୋଇଯାଇଛି । ପ୍ରସିଦ୍ଧ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷିକା, ଭି.ଏମ.ସି. ସଦସ୍ୟ ଓ ଅଭିଭାବକମାନଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମକୁ ସୁଶୋଭିତ କରିଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କେ.ଭି.ଏସ ର ବିକାଶ ଯାତ୍ରା,ଏନ ଇ ପି -୨୦୨୦ କାର୍ଯ୍ୟନ୍ୱୟନ, ନୂତନ ପରିକଳ୍ପନା ଓ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ବନ୍ଧୀୟ ପ୍ରଦର୍ଶନ। ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନୁପ୍ରେରଣାଦାୟକ ଆଲୋଚନା ଛାତ୍ରମାନଙ୍କ ମନକୁ ଉତ୍ସାହିତ କରିଥିଲା । ଏହାସହିତ ବିଦ୍ୟାଳୟ ପରିବାର କେଭିଏସ୍ ମୁଖ୍ୟାଳୟ, ନୂଆଦିଲ୍ଲୀରୁ ପ୍ରସାରଣ ହୋଇଥିବା କେନ୍ଦ୍ରୀୟ ଉତ୍ସବ କାର୍ଯ୍ୟକ୍ରମର ଲାଇଭ୍ ଦେଖିଥିଲେ।ବିଦ୍ୟାଳୟ ଆଧ୍ୟକ୍ଷ ଭୀମସେନ ପଣ୍ଡା ସମସ୍ତ ଶିକ୍ଷକ, କର୍ମଚାରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ଗୁଣାତ୍ମକ ଶିକ୍ଷା ଓ ଜାତିନିର୍ମାଣ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

