ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଠନ (କେ.ଭି.ଏସ) ଫାଉଣ୍ଡେସନ୍ ଡେ ଉତ୍ସବମୁଖର ପରିବେଶରେ ପାଳନ ହୋଇଯାଇଛି । ପ୍ରସିଦ୍ଧ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷିକା, ଭି.ଏମ.ସି. ସଦସ୍ୟ ଓ ଅଭିଭାବକମାନଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମକୁ ସୁଶୋଭିତ କରିଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କେ.ଭି.ଏସ ର ବିକାଶ ଯାତ୍ରା,ଏନ ଇ ପି -୨୦୨୦ କାର୍ଯ୍ୟନ୍ୱୟନ, ନୂତନ ପରିକଳ୍ପନା ଓ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ବନ୍ଧୀୟ ପ୍ରଦର୍ଶନ। ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନୁପ୍ରେରଣାଦାୟକ ଆଲୋଚନା ଛାତ୍ରମାନଙ୍କ ମନକୁ ଉତ୍ସାହିତ କରିଥିଲା । ଏହାସହିତ ବିଦ୍ୟାଳୟ ପରିବାର କେଭିଏସ୍ ମୁଖ୍ୟାଳୟ, ନୂଆଦିଲ୍ଲୀରୁ ପ୍ରସାରଣ ହୋଇଥିବା କେନ୍ଦ୍ରୀୟ ଉତ୍ସବ କାର୍ଯ୍ୟକ୍ରମର ଲାଇଭ୍ ଦେଖିଥିଲେ।ବିଦ୍ୟାଳୟ ଆଧ୍ୟକ୍ଷ ଭୀମସେନ ପଣ୍ଡା ସମସ୍ତ ଶିକ୍ଷକ, କର୍ମଚାରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ଗୁଣାତ୍ମକ ଶିକ୍ଷା ଓ ଜାତିନିର୍ମାଣ ପ୍ରତି ବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

