ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଠାରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ସାଂସ୍କୃତିକ ମହିମା ସହିତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଗତ ବିଦ୍ୟାଳୟର ସମଗ୍ର ଶିକ୍ଷାମୂଳକ କାର୍ଯ୍ୟକଳାପ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପ୍ରଦର୍ଶିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦାରୱାନ୍,ମା ମଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ଡ.ନିବେଦିତା ନାଥ ସମ୍ମାନିତ ଅତିଥି ଭାବେ ଏବଂ ଡ଼ା. ଏସ୍. ଏସ୍. ଦାଶ, ଅଧ୍ୟକ୍ଷ, ସରକାରୀ ଇଞ୍ଜିନିୟରିଂ କଲେଜ, ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଥମେ ଦୀପ ପ୍ରଜ୍ୱଳନ ଓ ପ୍ରାର୍ଥନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପରେ ସ୍ୱାଗତ ଗୀତ ଓ ନୃତ୍ୟ ପ୍ରସ୍ତୁତି କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ବିଦ୍ୟାଳୟର ଶିକ୍ଷାଗତ ପ୍ରଗତି ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପର ସଫଳତା ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆୟୋଜିତ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସ୍ତୁତି କରି ସେମାନଙ୍କୁ ନିୟମିତ ପରିଶ୍ରମ ଓ ଶିଷ୍ଟାଚାର ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଧନ୍ୟବାଦ ଜ୍ଞାପନ ଓ ଜାତୀୟ ସଙ୍ଗୀତ ସହିତ ଉତ୍ସବର ସମାପନ ହୋଇଥିଲା।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

