ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଚତୁର୍ଥ ସ୍ମୃତି ସମାରୋହ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ ଏବଂ ଦୀପ ଜାଳିବା ପରେ ମୌଲାନା ଇର୍ଫାନ୍ ଶାନ୍ତି ପ୍ରାର୍ଥନା ଏବଂ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ। ପରେ ସ୍ମୃତିସଭା ଆରମ୍ଭ ହେଇଥିଲା। ମହମ୍ମଦ ଅସଲମ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବରେ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର କୁଳପତି ଡଃ ନିବେଦିତା ନାଥ ଯୋଗଦେଇ ସାମ୍ବାଦିକ ମାନେ ଲୋକଙ୍କ ଶାଣିତ ସ୍ୱର ହୁଅନ୍ତୁ ବୋଲି ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓଟିଭି ର ସହ ସମ୍ପାଦକ ଅମରେଶ ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ।
ସ୍ବର୍ଗତ ସାମ୍ବାଦିକ ମହମ୍ମଦ ଅସଲମ୍ ଦୀର୍ଘ ଏକ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ ନିଜର ପରିପକ୍ବତା ଓ ଦକ୍ଷତା ପାଇଁ ଅନେକ ଗରିବ ଓ ନିଷ୍ପେସିତ ଲୋକଙ୍କ ସମସ୍ୟା ଓ ଦୁଃଖକୁ ଖବର ମାଧ୍ୟମରେ ପରିବେଷଣ କରି ସରକାରଙ୍କୁ ସମାଧାନ କରିବା ପାଇଁ ସୃଷ୍ଟି କରୁଥିଲେ। ଆଜି ତାଙ୍କ ଅବର୍ତମାନରେ ତାଙ୍କ ଚତୁର୍ଥ ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମହମ୍ମଦ ଅସଲମ୍ ସ୍ମୃତି କମିଟି ପକ୍ଷରୁ ମହମ୍ମଦ ଅସଲମ୍ ସାମ୍ବାଦିକ ସମ୍ମାନ ଶତରୂପା ସାମନ୍ତରାୟଙ୍କୁ ପ୍ରଦାନ କରଯାଇଥିବା ବେଳେ ସମାଜସେବା କ୍ଷେତ୍ରରେ ମୋହିତ କୁମାର ସା ଏବଂ ମେଧାବୀ ସମ୍ମାନ ଭାବରେ ପ୍ରଗତି କଲେଜ ର ଛାତ୍ର ସ୍ବାଗତ ବିଶ୍ଵାଳ ଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଚଳିତ ବର୍ଷ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କମିଟି ଅଧ୍ୟକ୍ଷ ବିଜୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସ୍ମୃତି ସଭାକୁ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଓ ଯୁବ ନେତା ଅବିନାଶ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ନୟନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟି ସମ୍ପାଦକ ଅଜିତ ସିଂ, ସାମ୍ବାଦିକ ବିକାଶ ଷଡ଼ଙ୍ଗୀ, ଶୁଭମ ରୋହିଲା, ଦୁଃଖିଶ୍ୟାମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

