ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଶିଳ୍ପ ସଂସ୍ଥା ଗୁଡିକରେ ସ୍ଥାନୀୟ ଯୁବକଙ୍କୁ ଚାକିରୀ ଦାବି କଲା ଯୁବ ବିକାଶ ପରିଷଦ
କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ ଠାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହୋଇଛି କିନ୍ତୁ ମିଳୁନି ଚାକିରୀ କି ହେଉନି ବିକାଶ ମୂଳକ କାର୍ଯ୍ୟ ଏନେଇ କଳାହାଣ୍ଡି ଯୁବ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କଳାହାଣ୍ଡି ର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ବେଦାନ୍ତ କମ୍ପାନୀ ଦ୍ୱାରା ସ୍ଥାୟୀ ନିଯୁକ୍ତି ଓ ଥଇଥାନ ପାଇଁ ଦାବି କରାଯାଇଛି ।
କଳାହାଣ୍ଡି ଯୁବ ବିକାଶ ପରିଷଦ ର ଆବାହକ ଶଶୀଦେବ ମହାନନ୍ଦ ଆହୁରୀ ପ୍ରକାଶ କରିଛନ୍ତି ଯେ ଲାଞ୍ଜିଗଡ଼ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟସେବାକି ବିଜୁଳି ଯୋଗାଣ,ପେଶା ଆଇନ ଆନୁଯାୟୀ ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ପ୍ରତ୍ୟକ ପରିବାର କୁ ମାସିକ ପାଞ୍ଚ ହଜାର ରାସନ ପାଇଁ ପ୍ରଦାନ କରିବା ଭଳି ପ୍ରାୟ ୩୦ଦଫାର ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଯୁବ ବିକାଶ ପରିଷଦର ମହେନ୍ଦ୍ର ରଣା, ଜିନର ମାଝୀ, ଭୁବନେଶ୍ୱର ଦୁର୍ଗା, ଦୁର୍ଯ୍ୟାଧନ କୁମାର, ମହେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

