ନ୍ୟୁଜଗ୍ୟାଲେରି,ଧର୍ମଗଡ଼: ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ,ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର,ବିଧାୟକ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ ଆଗାମୀ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୫ ପାଇଁ ବିଭିନ୍ନ କମିଟି ମାନ ପୁନର୍ଗଠନ କରାଯିବା ନେଇ ଆଲୋଚନା ଓ ଉତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ ଧର୍ମଗଡ଼ ଥାନା ଅଧିକାରୀ ସୁଦର୍ଶନ ନାୟକ, ଆଇନଜୀବୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ,, ନିରଞ୍ଜନ ମହାପାତ୍ର,ବିଦ୍ୟାଧର ସାହୁ,ବିରଞ୍ଚି ନାରାୟଣ ଜାଲ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ,ସୁଶ୍ରୀ ହୀରା ବାଗ, ଲିଙ୍ଗରାଜ ପାତ୍ର, ମାଧବ ଲହଜଲ, ଇଙ୍ଗିତ କୁମାର ପଣ୍ଡା,ଘନଶ୍ୟାମ ଅଗ୍ରୱାଲ,କ୍ଷୀରୋଦ ବାଗ,ରମଣୀ କାନ୍ତ ଜାଲ, ଉମେଶ ଦୁରିଆ, ଆଶୁତୋସ ରାଉତ,ଧର୍ମଗଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ସିଂ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ। ସହ ଉପଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହ ଉପ ଜିଲ୍ଲାପାଳ ଅଜିତ କୁମାର ଶବର ଧନ୍ୟବାଦ୍ ଦେଇଥିଲେ।
ଆସନ୍ତା ଜାନୁୟାରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହେବ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

