Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏଥିରେ ସମାଜ ସେବୀ ଜନାର୍ଦ୍ଦନ ପଣ୍ଡା ମୁଖ୍ୟ ଅତିଥି ଓ ଗବେଷକ ତଥା ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ଦ୍ୱାରା ବେଦ ପାଠ ସହ ସଭା ଆରମ୍ଭ ହୋଇଥିଲା। ଏହି ଅବସରରେ ଆଇଆଇଏମ୍ ବୋଧଗୟାର ଏମବିଏ ଟପ୍ପର ଅଭିଳାଷ ମହାପାତ୍ର, ବିକାଶ ଗ୍ରୁପ୍ ମ୍ୟାନେଜମେଣ୍ଟ ଅନୁଷ୍ଠାନର ବିବିଏ ପ୍ରଥମ ବର୍ଷ ଟପ୍ପର ଅମିଶା ମହାପାତ୍ର, ସିବିଏସଇ ଦଶମ ପରୀକ୍ଷାରେ ଜିଲ୍ଲାରେ ଦ୍ୱିତୀୟ ଶ୍ରେଷ୍ଠ ହୋଇଥିବା ଆବିର୍ଭାବ ପୁରୋହିତ ଓ ରାଜ୍ୟ ସ୍ତରୀୟ ମୁଟ କୋର୍ଟ ପ୍ରତିଯୋଗିତାର ବିଜେତା ମିଲନ୍ ମୁଣ୍ଡଙ୍କୁ ସମ୍ମାନିତ କରାଯାଇଥିଲା। ପର୍ଶୁରାମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପର୍ଶୁରାମ ବେଶ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ରାହ୍ମଣ ସମାଜ ଭବାନୀପାଟଣା ନଗର କମିଟିର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ ସ୍ବାଗତ ଭାଷଣ ଓ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଜ୍ଞା ବାହିନୀର ସମସ୍ତ ସଦସ୍ୟା, ପର୍ଶୁରାମ ସେନାର ସମସ୍ତ ସଦସ୍ୟ ପ୍ରଭାତ ବ୍ରହ୍ମା, ସନ୍ତୋଷ ଦାଶ, ସେବାନନ୍ଦ ପାଢ଼ୀ, ଦିପଜ୍ୟୋତି ମୁଣ୍ଡ, ନିହାର ମିଶ୍ର, କୁନାଲ ବେହେରା, ଆଦିତ୍ୟ ମିଶ୍ର, ପ୍ରମୋଦ ଖମାରୀ, ବିକାଶ ମୁଣ୍ଡ,କୃଷ୍ଣ ମୋହନ ଯୋଷୀ, ଜନ୍ମେଜୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
