ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି।
ଉଦଯାପିତ ଉତ୍ସବରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ,ପ୍ରତିଯୋଗିତା ରେଫରି ରିତା ଦାସ, ନିମନ୍ତ୍ରିତ ଅତିଥି ଆନ୍ତର୍ଜାତିକ ବୈଷୟିକ ଅଧିକାରୀ ବିଜୟ କୁମାର ବାଗ,ରାଜ୍ୟ ବୈଷୟିକ କର୍ମକର୍ତା ସହ- ଅଧ୍ୟକ୍ଷ ମନୋରଞ୍ଜନ ଦାସ ଓ ଜିଲ୍ଲା ସଂଘ ସମ୍ପାଦକ ତଥା ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସନ୍ଦିପ ମିଶ୍ର ଏବଂ ସଭାପତି ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମହେଶ କୁକ୍ରେଜା ଶକ୍ତି ପ୍ରସାଦ ରଞ୍ଜନ ଯୋଶୀ, ରବି ସାହୁ, ରାମ ସାହୁ,ସନ୍ଦୀପ ଦାସ ପୁରସ୍କାର ବିତରଣ ପାଇଁ ସହଯୋଗ କରିଥିଲେ । ଉପସଭାପତି ଅରୁଣ ରଥ, ଉପସଭାପତି ସମୀର ସାହୁ, ଦୀପକ ସାଗର କୁମାର ରଞ୍ଜିତ ସାହୁ, ମାଣିକେଶ୍ବରୀ ମହାପାତ୍ର, ପରେଶ ପ୍ରଧାନ, ମାନସ ପ୍ରଧାନ, ମନୋଜ ପଣ୍ଡା, ଶୋଭାନ ଦତ୍ତ, ଅଶୋକ ପତି ସହଯୋଗ କରିଥିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ସଭାପତି ପ୍ରଦୀପ ଦାସ ସଂଘର ସମସ୍ତଙ୍କୁ ଧନ୍ୟବାଦ ଦେବାସହ ମୁଖ୍ୟ ଅତିଥିଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବା ଯୋଗୁଁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

