ଓଡିଶା ରାଜ୍ୟ ଜୁନିୟର, ଶବ ଜୁନିୟର ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍ଧଯାପିତ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି।
ଉଦଯାପିତ ଉତ୍ସବରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ,ପ୍ରତିଯୋଗିତା ରେଫରି ରିତା ଦାସ, ନିମନ୍ତ୍ରିତ ଅତିଥି ଆନ୍ତର୍ଜାତିକ ବୈଷୟିକ ଅଧିକାରୀ ବିଜୟ କୁମାର ବାଗ,ରାଜ୍ୟ ବୈଷୟିକ କର୍ମକର୍ତା ସହ- ଅଧ୍ୟକ୍ଷ ମନୋରଞ୍ଜନ ଦାସ ଓ ଜିଲ୍ଲା ସଂଘ ସମ୍ପାଦକ ତଥା ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ସନ୍ଦିପ ମିଶ୍ର ଏବଂ ସଭାପତି ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମହେଶ କୁକ୍ରେଜା ଶକ୍ତି ପ୍ରସାଦ ରଞ୍ଜନ ଯୋଶୀ, ରବି ସାହୁ, ରାମ ସାହୁ,ସନ୍ଦୀପ ଦାସ ପୁରସ୍କାର ବିତରଣ ପାଇଁ ସହଯୋଗ କରିଥିଲେ । ଉପସଭାପତି ଅରୁଣ ରଥ, ଉପସଭାପତି ସମୀର ସାହୁ, ଦୀପକ ସାଗର କୁମାର ରଞ୍ଜିତ ସାହୁ, ମାଣିକେଶ୍ବରୀ ମହାପାତ୍ର, ପରେଶ ପ୍ରଧାନ, ମାନସ ପ୍ରଧାନ, ମନୋଜ ପଣ୍ଡା, ଶୋଭାନ ଦତ୍ତ, ଅଶୋକ ପତି ସହଯୋଗ କରିଥିଲେ । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ସଭାପତି ପ୍ରଦୀପ ଦାସ ସଂଘର ସମସ୍ତଙ୍କୁ ଧନ୍ୟବାଦ ଦେବାସହ ମୁଖ୍ୟ ଅତିଥିଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବା ଯୋଗୁଁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts