ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣା ବ୍ଲକ ଅଧିନସ୍ଥ ଥୁଆପଦର ଠାରେ ଅନୁସୂଚିତ ଜାତି ବର୍ଗର ତଥା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ପେଡେରେସନ୍ କଳାହାଣ୍ଡିର ସଚେତନ ବୁଦ୍ଧିଜୀବୀ ମାନଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୧୩ ଟି ବ୍ଲକ, ୩ ଏନ୍ଏସ୍ସି ଓ ୧ ଟି ମ୍ୟୁନିସିପାଲଟିରୁ ଶତାଧରକ ବୁଦ୍ଧିଜୀବି ଯୋଗଦେଇ ତାଙ୍କର ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ଅନବରତ ଭାବେ ଲୋକଙ୍କ କାମ କରୁଥିବା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍କୁ କିଛି ବ୍ୟକ୍ତି ନିଜ ବ୍ୟକ୍ତିଗତ ସଂଗଠନ ଓ ସମ୍ପତ୍ତି ଭାବି ପଦପଦବୀକୁ ଜାବୁଡି ଧରିବା ଯୋଗୁଁ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି ମୂଳ ସଂଗଠନରୁ ଦୁଇ ଗୋଷ୍ଠୀ ହୋଇଥିବାରୁ ଏହା ସମାଜ ପାଇଁ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଥିଲେ। ତେଣୁ ଅଯଥାରେ ଭାଗ ଭାଗ ନହୋଇ କେବଳ ଗୋଟିଏ ସଂଗଠନ କରି ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍ର ପୂର୍ବସ୍ଥିତକୁ ଆଣି ଏକ ଦୃଢ ଓ କାର୍ଯ୍ୟକ୍ଷମ ସଂଗଠନ ଗଢିବା ନିମନ୍ତେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତ ଦେଇଥିଲେ। ୱାର୍ଟସପ୍ ଗୃପ୍ରେ କେତେକ ନିଦ୍ଧିଷ୍ଟ ବ୍ୟକ୍ତି ପଦବୀ ଯାଇଥିଲେ ମଧ୍ୟ ଏଡ୍ମିନ୍ ରହି ଯାହାକୁ ଇଚ୍ଛା ତାହାକୁ ରିମୁଭ୍ କରି ନିଜ ସମାଜ ଭିତରେ ତିକ୍ତତା ବୃଦ୍ଧି କରୁଥିବାରୁ ତାକୁ ନିନ୍ଦ କରାଯାଉଛି ଏବଂ ସମାଜର ଏକାଉଣ୍ଟରେ ଅର୍ଥ ଜମା ନ ହୋଇ ନିଜ ବ୍ୟକ୍ତିଗତ ଏକାଉଣ୍ଟରେ ସମାଜର ଅର୍ଥ ସଂଗ୍ରହ କରିବାକୁ ଦୃଢ ନିନ୍ଦ କରୁଛନ୍ତି ବୁଦ୍ଧିଜୀବୀ। ସର୍ବସମ୍ମତିକ୍ରମେ ପ୍ରତ୍ୟେକ ବ୍ଲକ, ଏନ୍ଏସ୍ସି ଓ ମ୍ୟୁନିସିପାଲଟିକୁ ନେଇ ଗୋଟିଏ ଆବାହକ କମିଟି ମଧ୍ୟ ଗଠନ କରାଯାଇଛି। ଉକ୍ତ ଆବାହକ କମିଟି ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରୁ ସମସ୍ତଙ୍କୁ ଗୋଟିଏ ମଞ୍ଚକୁ ଆଣିବାର କାର୍ଯ୍ୟ କରିବ ତଥା ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ଓ ସର୍ବମାନ୍ୟ କମିଟି ଗଠନ କରିବ ବୋଲି ନିଷ୍ପତ୍ତି କରାଯାଇଛି। ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲି ପୂର୍ବ ଭଳି ସମାଜ ପାଇଁ ଉତ୍ସର୍ଗକୃତ ଭାବେ କାର୍ଯ୍ୟ କରିବା ନିମନ୍ତେ ସମସ୍ତ ଉପସ୍ଥିତ ବୁଦ୍ଧିଜୀବୀ ତଥା ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍ର ବରିଷ୍ଠ ସଦସ୍ୟମାନେ ମତ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା ରାମଶ୍ୱାମୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଜତିନ୍ଦ୍ର କର ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସମ୍ମିଳନୀରେ ଆଇନଜୀବୀ ଛବିଲାଲ ନିଆଲ, ଅବସରପ୍ରାପ୍ତ ବିଏମ୍ ଏସ୍ବିଆଇ ଧବଳେଶ୍ୱର ନାଗ, ଶ୍ରୀକାନ୍ତ ଛତ୍ରିଆ, ଜିଲ୍ଲା ସରପଞ୍ଚ ସଂଘର ସାଧାରଣ ସଂପାଦକ ଦିଗାମ୍ବର ଲୁହା, ଜୟପ୍ରକାଶ ଜାଲ, ଲୋକନାଥ ନାଗ, ବୃନ୍ଦାବନ ନାଗ, ପୂର୍ବତନ ସରପଞ୍ଚ ସୁମତୀ ଛତ୍ରିଆ, ଯୁଧେଷ୍ଟିର ଭଗତ, ସାମ୍ବାଦିକ ଅଭି ନନ୍ଦ, କୌଷିକ ଦୁରିଆ, ସେନାପତୀ ନାଏକ, କ୍ଷେତ୍ରମୋହନ ଛତ୍ରିଆ, ସରପଞ୍ଚ ମୌଷିକ ମଙ୍ଗରାଜ, ଲଲୀତ ମଙ୍ଗରାଜ, ଛତ୍ରସାଇ ନାଏକ, ଅଜୟ ଦୀପ, ମୂରଳିଧର ନାଏକ, ବୈକୁଣ୍ଠ ଜାଲ, ରତ୍ନାକର ବେମାଲ, ସୁନିଲ ବିଶି, ଶଙ୍କର କର, ମହାଦେବ ନାଏକ, ପୂର୍ବତନ କେସିଙ୍ଗା ଏନ୍ଏସ୍ସି ଭାଇସ୍ ଚେୟାର୍ମ୍ୟାନ୍ ପ୍ରତାପ ବାଗ ଓ ନରସିଂହ ନିଆଲ, ବାବୁଲି ସୁନା, ଅଭିମନ୍ୟୁ ବିଶି, ବାବୁଲି ବିଶି, ସତ୍ୟାନନ୍ଦ ନାଗ, ଧୀରେନ୍ଦ୍ର ସୁନା, ଅଭିଜିତ୍ କର, କ୍ଷିରୋଦ୍ ବାଗ, ସୁନିଲ ବିଶି, ଲୈଇଚନ ନାଗ, ରମେଶ ଦୁର୍ଗା, ଉଗ୍ରେସନ୍ ନାଗ, ଖଗେଶ୍ୱର ପାଣିଗ୍ରାହୀ, ରଞ୍ଜୁ ତାଣ୍ଡି, ବଳରାମ ନାଏକ, ଦର୍ପଦଳନ ସେନାପତି, ଭରତ ବାଗ, ଜୟଚନ୍ଦ୍ର ନାଏକ, କୃଷ୍ଣଚନ୍ଦ୍ର ନାଏକ, ଦେବେଷ କର, ନାଥୁରାମ ସାଗର, ଆନନ୍ଦ ମହାନନ୍ଦ, ଭୁପେନ ନାଏକ, ଭୋଲାନାଥ ସୁନା, ସାମ୍ବାଦିକ କବିରାଜ ଦୁର୍ଗା, ସମ୍ପତ୍ତି ବେହେରା, ପ୍ରକାଶ ଦୁରିଆ ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ପରିଶେଷରେ ସ୍ଥାନୀୟ ସରପଞ୍ଚ ଦିଗାମ୍ବର ଲୁହା ଧନ୍ୟବାଦ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

